ସିଡିଏସ ଜେନେରାଲ ଅନୀଲ ଚୌହ୍ୱାନଙ୍କ ବଡ ବୟାନ । କହିଲେ, ଆର୍ଥିକ ସ୍ତରରେ ଦୁର୍ବଳ ସତ୍ତେ୍ୱ କମିନି ପାକିସ୍ତାନର ସେନା ବଳ ।

147

କନକ ବ୍ୟୁରୋ: ଆର୍ଥିକ ସ୍ତରରେ ଦୁର୍ବଳ ହେଉଛି ପାକିସ୍ତାନ ତଥାପି ସେନା ଏବେ ଖୁବ ମଜଭୂତ ରହିଛି । ପଡୋଶୀ ଦେଶକୁ ଦୁର୍ବଳ ଭାବିବା ଭୂଲ ହେବ ବଂର ଅଧିକ ସଜାଗ ରହିବା ଜରୁରୀ । ଏବେ ଏମିତି କିଛି ବୟାନ ଦେଇଛନ୍ତି ସିଡିଏସ ଜେନେରାଲ ଅନୀଲ ଚୌହାନ । ଦୁଇ ପରମାଣୁ ସମ୍ପନ୍ନ ଦେଶ ମଧ୍ୟରେ ଘନିଷ୍ଠ ସର୍ମ୍ପକ ରହିଛି । ଭାରତ ବିରୋଧରେ ଉଭୟ ପାକିସ୍ତାନ ଓ ଚୀନ ପରସ୍ପର ସହ ସଠିକ ତାଳ ଦେଇ ଆଗକୁ ବଢ଼ୁଥିବା କହି ଚିନ୍ତା ପ୍ରକାଶ କରିଛନ୍ତି ସିଡିଏସ । ଏଥିସହ ଚୀନ ସହ ଚାଲିଥିବା ଏଲଏଲସି ବିବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସିଡିଏସ । ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଭାରତ ନିଜ ରକ୍ଷା କରିବାକୁ ଯଥେଷ୍ଟ ସମର୍ଥ । ସୀମା ସୁରକ୍ଷା ସେନାର ପ୍ରାଥମିକତା । ଭିଜନ ନ୍ୟାଶନାଲ ସିକ୍ୟୁରିଟି କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନ ଓ ଚୀନକୁ ନେଇ ବଡ ବୟାନ ଦେଇଛନ୍ତି ସିଡିଏସ ।