ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି ।ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ।

123

କନକ ବ୍ୟୁରୋ: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ବେଳେ ପାଖାପଖି ୪ ମିନିଟ ବିଦ୍ୟୁତ କଟିଥିଲା । କେବଳ ଯେ ଗୋଟିଏ ଥର ଏମିତି ହେଲା ତାହା ନୁହେଁ ବାରମ୍ବାର ଏଭଳି ବିଦ୍ୟୁତ କଟିଥିବାଦେଖିବାକୁ ମିଳିଛି । ପ୍ରଦର୍ଶନୀ ପଡିଆରେ ଚାଲିଥିବା କାର୍ଯ୍ୟକ୍ରମରେ ଏଭଳି ବିଦ୍ୟୁତ କଟିବା ଛତିଶଗଡ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।