କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ।

100

କନକ ବ୍ୟୁରୋ: କେରଳ କୋଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଘଟଣ । ଦଳଚକଟାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ନିକିତା ଗାନ୍ଧୀଙ୍କ ଲାଇଭ୍ କନସର୍ଟ ବେଳେ ଛାତ୍ରଛାତ୍ରୀଙ୍କ ସହ ୨ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏତିକି ବେଳେ ପ୍ରବଳ ବର୍ଷା ହେବାରୁ ଛାତ୍ରଛାତ୍ରୀମାନେ ଏଣେତେଣେ ଦୌଡିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳକୁ ଉଚ୍ଚପଦସ୍ଥ ଅଧିକାରୀ ଓ ଆମ୍ବୁଲାନ୍ସ ପହଂଚିଥିଲା । ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନିର୍ଦ୍ଦେଶରେ ଦୁଇ ଜଣ ମନ୍ତ୍ରୀଙ୍କ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।