ଓଟିପି ସେୟାରିଂ ସ୍କାମ୍ ମାମଲା : ଖୁବଶୀଘ୍ର ଏନଆଇଏ ଓ ଆଇବି ଓଡ଼ିଶା ଆସି ଅଭିଯୁକ୍ତକୁ କରିବ ପଚରାଉଚରା

203

କନକ ବ୍ୟୁରୋ : ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ । ଭୁବନେଶ୍ୱରରେ ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍ । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି ।

ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସମ୍ପର୍କ ସନ୍ଦେହରେ ଗୁଡେଇ ତୁଡେଇ ପଚରା ଉଚରା କରାଯାଉଛି । ଖୁବଶୀଘ୍ର ଏନଆଇଏ ଓ ଆଇବି ଓଡ଼ିଶା ଆସି ଅଭିଜିତ୍କୁ ଜେରା କରିବେ ବୋଲି ଜଣାପଡିିଛି । କରାଚୀରୁ ଅଭିଜିତଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ଆଉ ଭାରତର ବିଭିନ୍ନ ସ୍ଥାନରେ ଥିବା ପାକ ଏଜେଣ୍ଟଙ୍କ ପାଖକୁ ଅଭିଯୁକ୍ତ ଟଙ୍କା ପଠାଉଥିଲା ।