କଲବଲ କରୁଛି ତାତି : ଦିନ ୧୧ଟା ୩୦ସୁଦ୍ଧା ୪୧ ଡିଗ୍ରୀ ଉପରେ ୪ ସହର

481

କନକ ବ୍ୟୁରୋ : କଲବଲ କରୁଛି ତାତି । ଜଳୁଛି ପଶ୍ଚିମ ଓ ଉପକୂଳ ଓଡିଶା । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ସମେତ ରାଜ୍ୟର ୪ଟି ସହରରେ ପାରଦ ଡେଇଁଛି ୪୧ ଡିଗ୍ରୀ । ସମ୍ବଲପୁରରେ ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୧ ଦଶମିକ ୮ ଡିଗ୍ରୀ, ଭୁବନେଶ୍ୱରରେ ୪୧ ଦଶମିକ ୬ ଡିଗ୍ରୀ, ହୀରାକୁଦରେ ୪୧ ଦଶମିକ ୧ ଡିଗ୍ରୀ ସେଲସିଏସ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି କେନ୍ଦୁଝର ୩୮.୪ ଡ଼ିଗ୍ରୀ, ବାଲେଶ୍ୱର ୩୭ ଡ଼ିଗ୍ରୀ, ଚାନ୍ଦବାଲି ୩୭ ଡ଼ିଗ୍ରୀ, ପୁରୀ ୩୬.୨ ଡ଼ିଗ୍ରୀ, ପାରାଦୀପ ୩୪.୪ ଡ଼ିଗ୍ରୀ,  ଗୋପାଳପୁର ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା

ପାରାଦୀପ : ୮୦%
ଗୋପାଳପୁର : ୭୦%
ପୁରୀ : ୬୪%
ଚାନ୍ଦବାଲି : ୬୪%
ବାଲେଶ୍ୱର : ୬୧%
ଭୁବନେଶ୍ୱର : ୪୩%
କେନ୍ଦୁଝର : ୩୫%
ହୀରାକୁଦ : ୩୦%
ସମ୍ବଲପୁର :୨୮%
ଝାରସୁଗୁଡା : ୨୬%