କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଥାନାରେ ଏତଲା : ମହିଳା ଥାନାରେ ଅଭିଯୋଗ କଲେ ଓଲିଉଡ୍ କଣ୍ଠଶିଳ୍ପୀ

10,573

କନକ ବ୍ୟୁରୋ : କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଥାନାରେ ଏତଲା । ମହିଳା ଥାନାରେ ଅଭିଯୋଗ କରିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ହୋଇଛି ।

ସୌରିନ୍ ଭଟ୍ଟ ମହିଳା କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଟକ ମହିଳା ଥାନାରେ ଅଭିଯୋଗ ହୋଇଛି । ସାଧବ ବୋହୁ, ସାତରୁତୁ ଗଲା ମୋତେ ଛୁଇଁ, ଏଥର ଫଗୁଣେ, କାଞ୍ଚିରେ କାଞ୍ଚିରେ, ଏମନରେ ନିଆଁ ତମେ ଲଗେଇଛ ଭଳି ଅନେକ ଓଡ଼ିଆ ଗୀତ ଗାଇଛନ୍ତି ସୌରିନ୍ ।