ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ : ଆଜି ୧୦ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ; ୧୮ ବର୍ଷରୁ କମ ବୟସ୍କ ୧୦୬୫ ପଜିଟିଭ

149

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ । ରେକର୍ଡ ପରେ ରେକର୍ଡ କରି ଚାଲିଛି କରୋନା । ଆଜି ରାଜ୍ୟରେ ୧୦ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ । ଉଦବେଗଜନକ କଥା ହେଉଛି, ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ ୧୦୬୫ ଜଣଙ୍କ ନମୂନା ପଜିଟିଭ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୮୫ ଜଣ, ବାଲେଶ୍ୱରରୁ ୪୫୭ ଜଣ, ବରଗଡ଼ରୁ ୧୦୨ ଜଣ, ଭଦ୍ରକରୁ ୧୦୨ ଜଣ, ବଲାଙ୍ଗୀରରୁ ୧୯୧ ଜଣ, ବୌଦ୍ଧ ଜିଲ୍ଲାରୁ ୨୪, କଟକରୁ ୮୪୪ ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୬୯ ଜଣ, ଗଜପତିରୁ ୧୨୬, ଗଞ୍ଜାମରୁ ୫୫ ଜଣ, ଜଗତସିଂହପୁରରୁ ୧୩୨ ଜଣ, ଯାଜପୁରରୁ ୧୪୩ ଜଣ, ଝାରସୁଗୁଡ଼ାରୁ ୨୦୨ ଜଣ, କଳାହାଣ୍ଡିରୁ ୨୦୩ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୭୪ ଜଣ, କେଉଁଝରରୁ ୧୧୪ ଜଣ, କୋରାପୁଟରୁ ୧୮୬ ଜଣ, ମାଲକାନଗିରିରୁ ୩୦ ଜଣ, ମୟୁରଭଞ୍ଜରୁ ୩୪୦ ଜଣ, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୧୨୧ ଜଣ, ନୂଆପଡ଼ାରୁ ୪୫ ଜଣ, ପୁରୀରୁ ୨୬୯ ଜଣ, ରାୟଗଡ଼ାରୁ ୧୮୩ ଜଣ, ସମ୍ୱଲପୁରରୁ ୫୨୯ ଜଣ, ସୋନପୁରରୁ ୧୩୨, ସୁନ୍ଦରଗଡ଼ରୁ ୧୦୪୯ ଜଣ ଓ ଷ୍ଟେଟ ପୁଲରୁ ୭୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ପ୍ରାଣହାନି ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ଆଜି ସୁନ୍ଦରଗଡ଼, ଜଗତସିଂହପୁର, ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ସୁନ୍ଦରଗଡ଼ର ଜଣେ ୭୨ ବର୍ଷ ବୟସ୍କ ପୁରୁଷ, ଜଗତସିଂହପୁରର ଜଣେ ୨୫ ବର୍ଷୀୟା ମହିଳା, ଭଦ୍ରକର ଜଣେ ୮୭ବର୍ଷ ବୟସ୍କ ପୁରୁଷ ଓ କଟକ ଜିଲ୍ଲାର ଜଣେ ୩୬ ବର୍ଷୀୟା ମହିଳା ଥିବା ଜଣାଯାଇଛି ।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ                                      ଟେଷ୍ଟ
ଜାନୁଆରୀ ୧୪ : ୧୦୨୭୩——୭୫୭୩୧
ଜାନୁଆରୀ ୧୩ : ୧୦୦୫୯——୮୧୦୬୫
ଜାନୁଆରୀ ୧୨ : ୮୭୭୮——୭୪୬୧୧
ଜାନୁଆରୀ ୧୧ : ୭୦୭୧—–୬୯୦୧୮
ଜାନୁଆରୀ ୧୦ : ୪୮୨୯—–୭୪୩୦୪
ଜାନୁଆରୀ ୯ : ୪୭୧୪——୭୦୨୦୦
ଜାନୁଆରୀ ୮ : ୩୬୭୯—– ୭୧୪୩୨
ଜାନୁଆରୀ ୭ : ୨୭୦୩—–୬୮୯୭୦
ଜାନୁଆରୀ ୬ : ୧୮୯୭—–୭୨୩୭୦
ଜାନୁଆରୀ ୫ : ୧୨୧୬—- ୬୮୮୭୮
ଜାନୁଆରୀ ୪: ୬୮୦——୫୧୭୪୫
ଜାନୁଆରୀ ୩: ୪୨୪——୫୪୭୯୩
ଜାନୁଆରୀ ୨ : ୪୨୪—- ୬୧୬୫୨