ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ ଯାତ୍ରୀ ଗୁରୁତର, ଏକାଧିକ ଆହତ । କୋଣାର୍କ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ।

97

କନକ ବ୍ୟୁରୋ: ଗଛକୁ ଧକ୍କା ଦେଇ ଓଲଟି ପଡିଲା ବୋଲେରୋ, ୪ଯାତ୍ରୀ ଗୁରୁତର ଆହତ । କୋଣାର୍କ ନିକଟ ଜୁଣେଇ ବଜାର ନିକଟରେ ଦୁର୍ଘଟଣା ଘଟିଛି । ଭଦ୍ରକ ତିହିଡିରୁ ୧୨ଜଣ ପର୍ଯ୍ୟଟକଙ୍କୁ ନେଇ କୋଣାର୍କ ଆସିଥିଲା ଏହି ବୋଲେରୋ । ଶୁକ୍ରବାର ଭୋର ୪ଟା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିବା ପରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ଭଦ୍ରକ ତିହିଡି ଅଂଚଳର ଗୌରାଙ୍ଗ ବାରିକ, ସୁକାନ୍ତି ବାରିକ, ସୁମିତ୍ରା ବାରିକ ଏବଂ ସଂଜୟ ବେଜ । ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ କରୁଛି ।