ପୋଲିସ କାବୁରେ ଠକ ଦମ୍ପତ୍ତି । ଶସ୍ତାରେ ନୂଆ ଗାଡି ଦେବା ନାଁରେ ଠକିନେଲେ ୫୦ କୋଟିରୁ ଅଧିକ ଟଙ୍କା । ଠକ ସ୍ୱାମା, ସ୍ତ୍ରୀଙ୍କୁ ବାନ୍ଧିଲା ନୟାପଲ୍ଲୀ ପୋଲିସ ।

135

କନକ ବ୍ୟୁରୋ: ଲଟେରୀ ଗାଡିକୁ ବିକ୍ରି କଲେ । କୋଟି କୋଟି ଟଙ୍କା ଚଳୁ କଲେ । ଏଭଳି ଏକ ଠକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏମାନେ ୫୦ ପ୍ରତିଶତ ଡିସକାଂଉଟରେ ନୂଆ କାର ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ଅଗ୍ରୀମ ଟଙ୍କା ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଏହି ୩ ଜଣଙ୍କୁ ଗିରଫ କରାଯାଇଛି ।

ଏହି ଠକେଇ ରାକେଟର ମାଷ୍ଟରମାଇଣ୍ଡ ଥିଲେ ଶିବରାମ ଗୌଡ, ତାଙ୍କ ପତ୍ନୀ ଉଷାରାଣୀ ବାରିକ ଓ ଅକ୍ଷୟ ଗୌଡ । ଉଷାରାଣୀଙ୍କୁ ଛତ୍ରପୁର ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି । ୨୦୧୫ରୁ ଏହି ଗ୍ୟାଙ୍ଗ ଠକିବା ଯୋଜନା ଆରମ୍ଭ କରିଥିଲେ । ୨୦୧୫ରୁ ୨୦୧୬ ମଧ୍ୟରେ ଏମାନେ ବିଭିନ୍ନ ଲଟେରୀ ସ୍କାମ ମାଧ୍ୟମରେ ୨୦ଟି କାର ଜିତିଥିଲେ । ଆଉ କାର ବିକ୍ରି କରିବା ସମୟରେ ଫଟୋ, ଭିଡିଓ ରଖିଥିଲେ । ଆଉ ଗ୍ରାହକଙ୍କୁ ବିଶ୍ୱାସ ଜନ୍ମେଇବା ପାଇଁ ଏହି ସବୁ ଫଟୋ ଦେଖାଇ ଟଙ୍କା ଅଗ୍ରୀମ ନେଇ ଫେରାର ହୋଇଯାଉଥିଲେ ।