ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ । ଶେଷ ମ୍ୟାଚ ଘରୋଇ ଦଳକୁ ୭୮ ରନରେ ପରାସ୍ତ କଲା ରାହୁଲ ବାହିନୀ ।

321

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍ କବଜା କଲା ଭାରତ । ଶେଷ ଦିନିକିଆରେ ଘରୋଇ ଦଳକୁ ୭୮ ରନରେ ପରାସ୍ତ କରି ଭାରତ ୨-୧ରେ ସିରିଜ୍ କବଜା କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୯୬ ରନ୍ କରିଥିଲା । ଦମଦାର ଶତକ ହାସଲ କରିଥିଲେ ସଞ୍ଜୁ ସାମ୍ସନ୍ । ୧୦୮ ରନରେ ଇନିଂସ ଖେଳିଥିଲେ ସଞ୍ଜୁ ସାମ୍ସନ । ସଞ୍ଜୁଙ୍କ ଖେଳ ଜୀବନର ୧୬ ତମ ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ ।

ସେହିପରି ତିଲକ ବର୍ମା ୫୨ ରନରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୨୧୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଟୋନି କୋର୍ଜି ୮୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ହେଲେ ପୁଣି ଥରେ ଦମଦାର ପ୍ରଦର୍ଶନ କରିଥିଲେ ଅର୍ଶଦୀପ ସିଂ । ୪ଟି ୱିକେଟ୍ ନେଇ ଘରୋଇ ଦଳକୁ ଧରାଶାୟୀ କରାଇଥିଲେ ।