ଗୁରୁତର ଅସୁସ୍ଥ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭୟଙ୍କର ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିବା କହିଲେ ବ୍ରିଟିଶର ପୂର୍ବତନ ଗୁଇନ୍ଦା ଏଜେଣ୍ଟ ।

591

କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ କରି ସାରାବିଶ୍ୱକୁ ଦୋହଲାଇ ଦେଇଥିବା,ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗୁରୁତ୍ୱର ଭାବେ ଅସୁସ୍ଥ ହୋଇପଡିଛନ୍ତି । ସେ ଭୟଙ୍କର ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେବା ଅବସରେ ଏମିତି ଦାବି କରିଛନ୍ତି, ବ୍ରିଟେନର ପୂର୍ବତନ ଗୁଇନ୍ଦା ଏଜେଣ୍ଟ କ୍୍ରିଷ୍ଟେଫର ଷ୍ଟିଲେ । ସେ ୨୦୧୬ରେ ଆମେରିକା ନିର୍ବାଚନକୁ ରୁଷ୍ ପ୍ରଭାବିତ କରିଥିବା ଅଭିଯୋଗ ହେବା ପରେ ଡୋଜିୟର ପ୍ରସ୍ତୁତ କରିଥିଲେ । ରାଷ୍ଟ୍ରପତିଙ୍କ ଅତି ନିକଟତମ ମହଲରୁୁ ସୂଚନା ମିଳିଥିବା ସେ ଦାବି କରିଛନ୍ତି । ତେବେ ତାଙ୍କର ଚିକିତ୍ସା ସମ୍ଭବ କି ନୁହେଁ ସେ ନେଇ କୌଣସି ସୂଚନା ନଥିବା ସେ କହିଛନ୍ତି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ପୁଟିନ ଅସୁସ୍ଥ ଥିବା ବାରମ୍ବାର ଖବର ଆସୁଛି । ଏପରିକି ଗତ ସପ୍ତାହରେ ରୁଷ୍ ଯେତେବେଳେ ବିଜୟ ଦିବସ ପାଳନ କରୁଥିଲା, ସେତେବେଳେ ବି ପୁଟିନ ଅସୁସ୍ଥ ଥିବା କୁହାଯାଉଛି । ବିଜୟ ଦିବସରେ ଆସିଥିବା ପୁଟିନଙ୍କ ଫଟୋ ଓ ଭିଡିଓରୁ ସେ ଅସୁସ୍ଥ ଥିବା ଅନ୍ତଜାର୍ତୀୟ ଗଣମାଧ୍ୟମରେ ଦାବି କରାଯାଉଛି ।