ଡ୍ରଗ୍ସ ଯୋଗାଣ ସନ୍ଦେହରେ ମହିଳାଙ୍କୁ ମାଡ । ରାସ୍ତାରେ ଜଣେ ମହିଳାଙ୍କୁ ମାଡ ମାରିଲେ ସ୍ଥାନୀୟ ଅଞ୍ଚଳର ମହିଳା

116

କନକ ବ୍ୟୁରୋ : ଡ୍ରଗ୍ସ ସପ୍ଲାଏ ସନ୍ଦେହରେ ମହିଳାଙ୍କୁ ବିଚ ରାସ୍ତାରେ ନିର୍ଦ୍ଧୁମ୍ ମାଡ । ମହିଳାମାନେ ଜଣେ ମହିଳା ଡ୍ରଗ୍ସ ଦଲାଲ ସନ୍ଦେହରେ ମାଡ ମାରିଛି । ଆଜି ସନ୍ଧ୍ୟାରେ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପତ୍ରାପଡା ଅଞ୍ଚଳରେ ଜଣେ ମହିଳାଙ୍କୁ ସ୍ଥାନୀୟ ମହିଳାମାନେ ମାଡ ମାରିଛନ୍ତି । ସେହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି, ଉତ୍ୟକ୍ତ ଲୋକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସଦର ଥାନା କିରେଇ ଅଞ୍ଚଳର ଜଣେ ମହିଳା ପତ୍ରାପଡାକୁ ଆସି ଡ୍ରଗ୍ସ ବିକ୍ରି କରୁଥିିବା ଅଭିଯୋଗ ହୋଇ ଆସୁଥିଲା । ହେଲେ ପୁଲିସ କୌଣସି ଠୋସ ପଦ କ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପତ୍ରାପଡା ବାସିନ୍ଦା । ଆଜି ମହିଳା ଜଣକ ଆସି ପତ୍ରାପଡାରେ ବୁଲାବୁଲି କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ । ମହିଳାଙ୍କ ବ୍ୟାଗ ଯାଞ୍ଚ ପରେ ନିଶାଦ୍ରବ୍ୟ ମିଳିବାରୁ ତାତିଯାଇଥିଲେ ସ୍ଥାନୀୟ ବାସିନ୍ଦା ।