ଝାରପଡା ଜେଲରେ ବଣ୍ଟି-ବବଲି । ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନୂଆ ଠିକଣା ପାଲିଟିଛି ଅନ୍ଧାରୀ କୋଠରୀ

138

କନକ ବ୍ୟୁରୋ: ରାଜଧାନୀରେ ହନିଟ୍ରାପ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଏବେ ଝାରପଡା ଜେଲରେ ଅଛନ୍ତି । ଜେଲର ମାନୁଆଲ ଅନୁସାରେ ଯଦି ସ୍ୱାମୀ ସ୍ତ୍ରୀ ଗୋଟିଏ ଜେଲରେ ରହିଥାନ୍ତି, ତେବେ ସପ୍ତାହକୁ ଥରେ ସାକ୍ଷାତ ବ୍ୟବସ୍ଥା ରହିଛି । ତେଣୁ ଜେଲରେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଭେଟଘାଟ ହୋଇପାରିବ । ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ, ଲାପଟପ, ହାର୍ଡଡିସ୍କ. ଡାଏରୀରୁ ତାଙ୍କୁ ସୁରକ୍ଷା ଦେଉଥିବା ନେତା , ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାବଦରେ ତଥ୍ୟ ହାସଲ ପାଇଁ ଚେଷ୍ଟା ଚଳାଇଛି ପୁଲିସ ।

  • ଅର୍ଚ୍ଚନା-ଜଗବନ୍ଧୁଙ୍କ ନୂଆ ଠିକଣା
  • ଆଲିଶାନ ବଙ୍ଗଳାରୁ ଜେଲର କାଳ କୋଠରୀ

ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଆଲିଶାନ ବଙ୍ଗଳା କରି ରାଜକୀୟ ଜୀବନ ବିତାଉଥିବା ନାଗ-ଚାନ୍ଦଙ୍କ ନୂଆ ଠିକଣା ହେଉଛି ଝାରପଡା ଜେଲ । ବହୁ ବଡ ବଡ ପ୍ରଯୋଜକ, ନେତା ଓ ମନ୍ତ୍ରୀଙ୍କୁ ନିଜ ନାଗଫାଶରେ ଫସାଇ ଟଙ୍କା ଲୁଟୁଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଏବେ ଜେଲର ଚାରିକାନ୍ଥ ଭିତରେ ନାଗ-ଚାନ୍ଦ ଦମ୍ପତିଙ୍କ ଜୀବନ ବିତୁଛି । ଅର୍ଚ୍ଚନା ନାଗ ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ଏବେ ଗୋଟିଏ ଜେଲରେ ଥିବାରୁ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇପାରେ । ଜେଲ ମାନୁଆଲ ଅନୁସାରେ ଜେଲରେ ରହଣି କାଳ ମଧ୍ୟରେ ସପ୍ତାହକୁ ଥରେ ସ୍ୱାମୀ-ସ୍ତ୍ରୀ ଭେଟ ହୋଇପାରିବ ।

  • ସ୍ୱାମୀ-ସ୍ତ୍ରୀଙ୍କୁ ପଚରାଉଚରା କରିଛି ପୁଲିସ
  • ଜେରାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା

ବ୍ଲାକମେଲ ରାଣୀ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ଜେରା କରିଛି ପୁଲିସ । ସେମାନଙ୍କ ଘରୁ ମିଳିଥିବା ହାର୍ଡଡିସ୍କ, ଲ୍ୟାପଟପ, ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ ଓ ମିଳିଥିବା ଡାଏରୀରୁ ତାଙ୍କୁ ସୁରକ୍ଷା ଦେଉଥିବା ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାବଦରେ ତଥ୍ୟ ହାସଲ ପାଇଁ ଚେଷ୍ଟା ଚଳାଇଛି ପୁଲିସ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ବହୁ ପ୍ରଭାବଶାଳୀଙ୍କ ସଂପୃକ୍ତି ଥିବାରୁ ରହସ୍ୟ ଉନ୍ମୋଚନ ହେବ ନା ତଦନ୍ତ ଆଳରେ ପୁଲିସ ଦିନ ଗଡାଇଚାଲିବ ।

କୁହାଯାଉଛି. ଅର୍ଚ୍ଚନାଙ୍କ କଳା କାରନାମାର ସଂପୃକ୍ତି ନେଇ ଠୋସ ପ୍ରମାଣ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି । କିନ୍ତୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଏବେ ବି ଫେରାର ଅଛି । ଖଗେଶ୍ୱର କେବେ ଗିରଫ ହେଉଛି ତାକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା ଲାଗିରହିଛି । ଉଭୟ ଅର୍ଚ୍ଚନା, ଜଗବନ୍ଧୁଙ୍କ ନାଁରେ ବ୍ଲାକମେଲିଂ, ଦାଦାବଟି ଓ ଡରାଇବା ଭଳି ୧୬ଟି ସଙ୍ଗୀନ ଅଭିଯୋଗ ରହିଛି । ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟର ଗୁମର ଖୋଜା ଚାଲିଛି । ଦିନେ ଯେଉଁ ଆଲିଶାନ ଘର ଓ ଗାଡି ଧରି ବିଳାସମୟ ଜୀବନ ବିତାଉଥିଲେ, ଏବେ ଜେଲର ଚାରିକାନ୍ଥ ଭିତରେ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି