ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପରିବେଶ । ଏହା ମଧ୍ୟରୁ ନିଜର ରୋଜଗାର ବାହାର କରୁଛନ୍ତି ଯୁବକ

94

କନକ ବ୍ୟୁରୋ : ଫୁଲ, ଫଳ ଓ ବିଭିନ୍ନ ଔଷଧୀୟ ଗଛରେ ସଜେଇ ହୋଇଛି ପରିବେଶ । ଆଉ ରାସ୍ତାରେ ଯାଉଥିବା ଲୋକଙ୍କୁ ଘଡ଼ିଏ ଅଟକାଇଦେଉଛି ଏହି ଚାରାଗଛ । ଲାଗୁଛି ସତେ ଯେମିତି କୌଣସି ଏକ ବଗିଚାରେ ଫୁଲ ଫୁଟିଛି । ନାଲି, ନେଳି, ହଳଦିଆ, ଧଳା ତଥା ଅନ୍ୟାନ୍ୟ ରଙ୍ଗର ଫୁଲ ସହ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକରଣ ଗଛ ଲୋକଙ୍କୁ ବେଶ ଆକୃଷ୍ଠ କରୁଛି । ଏ ଦୃଶ୍ୟ ହେଉଛି ବରଗଡ଼ ପଦ୍ମପୁର ଅଂଚଳର । ପଦ୍ମପୁର ଉପଖଣ୍ଡ ସିମାନ୍ତରେ ଥିବା ଛତିଶଗଡରୁ ବ୍ୟବସାୟୀ ମାନେ ଆସି ଏଠାରେ ଚାରା ଗଛ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ସପ୍ତାହର ପ୍ରତି ଶନିବାର ଏହି ଚାରା ବିକ୍ରି ହେଉଥିବାରୁ ଲୋକଙ୍କ ଭିଡ ଜମୁଛି ।

ଛତିଶଗଡ ଦୁର୍ଗ ଅଂଚଳର ଅଧିକାଂଶ ଚାଷୀ ନର୍ସରୀ କରି ଚାରା ଗଛ ବିକ୍ରି କରନ୍ତି । ସେଠାରେ ନର୍ସରୀ ଅଧିକା ଥିବାରୁ ସେତେ ପରିମାଣରେ ଚାରା ବିକ୍ରି ହୋଇନଥାଏ । ତେଣୁ ବରଗଡ଼ରେ ଏହାର ଭଲ ବ୍ୟବସାୟ ହୋଇଥାଏ ବୋଲି କୁହନ୍ତି ବ୍ୟବସାୟୀ । ଫୁଲ ସହ ବିଭିନ୍ନ ସୁସ୍ୱାଦୁ ଫଳ ଗଛ ମଧ୍ୟ ଏଠାରେ ମିଳିଥାଏ । ଲୋକଙ୍କ ପସନ୍ଦ ମୁତାବିକ ଫଳ, ଫୁଲ ଓ ସୌନ୍ଦର୍ଯ୍ୟକରଣ ଗଛ ମିଳୁଥିବାରୁ ନିଜ ଘରକୁ କିଣି ନେଉଛନ୍ତି ଗ୍ରାହକ ।

ବୃକ୍ଷ ହିଁ ଜୀବନ । ବୃକ୍ଷ ଦ୍ୱାରା ସୁସ୍ଥ ପରିବେଶ ତିଆରି ହୋଇଥାଏ । ଏହାକୁ ପାଥେୟ କରି ଆମେ ସମସ୍ତେ ନିଜ ଚାରି ପାଖରେ ଗଛ ଲଗାଇଲେ ପରିବେଶ ସୁନ୍ଦର ଦେଖାଯିବା ସହ ପରିବେଶ ସୁରକ୍ଷିତ ରହିପାରିବ । ଏହା ସହ ଆଗାମୀ ଦିନରେ ସବୁଜ ପୃଥିବି କରିବାରେ ସହାୟକ ହେବ ।