ବିଜୟ କୁମାର ଶର୍ମାଙ୍କୁ ନୂଆ ଦାୟିତ୍ୱ । ରାଜ୍ୟ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ବିଜୟ ଶର୍ମା ।

177

କନକ ବ୍ୟୁରୋ: ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ । ପୂର୍ଣ୍ଣ ଅତିରିକ୍ତ ଡିଜିପି ଭାବେ ନୂଆ ଦାୟିତ୍ୱ ତୁଲାଇବେ ବିଜୟ ଶର୍ମା । ଏହାଛଡ଼ା ହେଡ୍ ଅଫ୍ ପୋଲିସ୍ ଫୋର୍ସ ଭାବେ ଦାୟିତ୍ୱରେ ରହିବେ ବିଜୟ । ତେବେ ୧୯୮୬ ବ୍ୟାଚରେ ଏହି ଆଇପିଏସ୍ ଅଧିକାରୀ ବର୍ତ୍ତମାନ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

challenges infront of new dgpଗତକାଲି ଲୋକାୟୁକ୍ତ ସଦସ୍ୟ ଭାବେ ଡିଜିପି ଆର.ପି ଶର୍ମାଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ କିଏ ଡିଜିପି ପଦ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ରାଜେନ୍ଦ୍ର ପ୍ରସାଦଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ କରାଯିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବି,କେ ଶର୍ମାଙ୍କୁ ପୋଲିସ ଡିଜିପି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।