ଘଷିପୁରାରେ ବିଜେଡି ନେତା ଅଟକ । ବିଜେଡି ନେତା ଟୁଲୁ ସାହୁ ଅଟକ । ପୋଷ୍ଟର ଓ ନଗଦ ଟଙ୍କା ସହ ଅଟକ । 

762

କନକ ବ୍ୟୁରୋ: ଘଷିପୁରାରେ ବିଜେଡି ନେତା ଥାନାରେ ଅଟକ । ବିଜେଡି ନେତା ଟୁଲୁ ସାହୁଙ୍କୁ ଥାନାରେ ଅଟକ ରଖିଲା ପୋଲିସ । ତାଙ୍କ ଗାଡିରୁ ପୋଲିସ୍ ପୋଷ୍ଟର ସହ ନଗଦ ଟଙ୍କା ଜବତ କରିଛି । ତାଙ୍କ ପାଖରୁ ପୋଲିସ୍ ୫ ଲକ୍ଷ ଟଙ୍କା ଜବତ କରିଛି । ରାମଚନ୍ଦ୍ରପୁର ପୋଲିସ୍ ଷ୍ଟେସନରେ ତାଙ୍କୁ ଅଟକ ରଖିଛି ପୋଲିସ୍ । ତେବେ ନିର୍ବାଚନକୁ ଆଉ ମାତ୍ର କିଛି ସମୟ ବାକିଥିବାବେଳେ, ଏବେ ବଦ୍ରିପାତ୍ରଙ୍କ ସମର୍ଥକ ଟଙ୍କା ବାଣ୍ଟିବାରେ ଲାଗିପଡିଛନ୍ତି । ଏପରିକି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି । ଆଉ ତାହାରି ଭିତରେ ନଗଦ ଟଙ୍କା ସହ ଅଟକ ହେଇଛନ୍ତି ବଦ୍ରି ପାତ୍ରଙ୍କ ସମର୍ଥକ ଟୁଲୁ ସାହୁ ।