ସମ୍ବଲପୁରରେ ଧାରା ୧୪୪ । ୨୬ ତାରିଖ ସକାଳ ୧୦ଟା ଯାଏଁ ହେବ ଲାଗୁ । ନିର୍ବାଚନ ପାଇଁ କଟକଣା ଜାରି କଲା ପୋଲିସ୍ ।

962

କନକ ବ୍ୟୁରୋ: ସମ୍ବଲପୁରରେ ଧାରା ୧୪୪ । ସମ୍ବଲପୁରରେ ଧାରା ୧୪୪ ଧାରା ଲାଗିବା ନେଇ ସୂଚନା ଦେଲେ ସମ୍ବଲପୁର ପୋଲିସ୍ ମୁଖ୍ୟ । ଆସନ୍ତାକାଲି ସମ୍ବଲପୁରରେ ଭୋଟ୍ ପଡିବାକୁ ଯାଉଛି । ଆଉ ଏହା ପୂର୍ବରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ୍ ସେଠାରେ ଧାରା ୧୪୪ ଲାଗୁ କରିଛି । ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ଧାରା ୧୪୪ ଲାଗୁ ହେଇଛି । ଅନ୍ୟପଟେ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍ ଯବାନ ମୁତୟନ ରହିବେ ବୋଲି ସୂଚନା ମିଳିଛି ।