ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୨୬ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ ହେଲେ ୧୧ ହଜାର ୪୪୫ ଛାତ୍ରଛାତ୍ରୀ

ସପ୍ଲିମେଂଟାରୀ ପାସ୍ ହାର ୪୩.୬୩ ପ୍ରତିଶତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟରେ ପାସ୍ ହାର ରହିଛି ୬୩.୪୪ ପ୍ରତିଶତ

624

କନକ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଫଳ । ତେବେ ଚଳିତ ବର୍ଷ ମାଟ୍ରିକ୍ ସପ୍ଲେିମେଂଟାରୀ ପରୀକ୍ଷା ପାସ୍ ହାର ୪୩.୬୨ ପ୍ରତିଶତ ରହିଛି ।   ୨୬ ହଜାର ୨୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧୧ ହଜାର ୧୧ ହଜାର ୪୪୫ ଜଣ ।  ଓପନ ସ୍କୁଲରେ ପାସ୍ ହାର ୬୩ . ୪୪ ପ୍ରତିଶତ ରହିଛି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍  ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ପରୀକ୍ଷା ହାର ୪୩.୬୨ ପ୍ରତିଶତ ରହିଥିବା ବେଳେ ମାଟ୍ରିକ ଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଓପନ ସ୍କୁଲର ପାସ ହାର ୬୩.୪୪ ପ୍ରତିଶତ ରହିଛି । ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ବୋର୍ଡ଼ ୱେବସାଇଟ www.bseodisha.ac.in ଏବଂ www.bseodisha.nic.in ରେ ଦେଖିପାରିବେ ।

ଚଳିତ ବର୍ଷ ଜୁଲାଇ ୨୧ରୁ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇ ୨୩ ତାରିଖରେ ସରିଥିଲା । ଏଥିପାଇଁ ୧୨ଟି କେନ୍ଦ୍ର ଏବଂ ଓପନ ସ୍କୁଲ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ଚଳିତଥର ମଟ୍ରିକ ସପ୍ଲିମେଣ୍ଟାରୀରେ ୨୬,୨୦୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୧,୪୪୫ଜଣ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି।