ରାଇରଙ୍ଗପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର। ସୁପ୍ରିମୋଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ନେତା ଓ କର୍ମୀ ବେଶ ଉତ୍ସାହିତ

142

କନକବ୍ୟୁରୋ: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସୁପ୍ରିମୋଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ନେତା ଓ କର୍ମୀ ବେଶ ଉତ୍ସାହିତ ଅଛନ୍ତି । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ହେଲିକପ୍ଟର ଯୋଗେ ରାଇରଙ୍ଗପୁର ସ୍ଥିତ କନ୍ୟାଆଶ୍ରମ ପଡ଼ିଆରେ ପହଂଚିବା ପରେ ସ୍ଥାନୀୟ କଚେରୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାକୁ ଯାଇଥିଲେ ।

ସେଠାରେ ପ୍ରଚାର ସମାବେଶରେ ଯୋଗ ଦେଇଛନ୍ତି ନବୀନ । ଏହାପରେ ସିଧା ସଳଖ ବାରିପଦା ସହରର ଐତିହାସିକ ଛଉ ପଡିଆ ଠାରେ ପହଁଚି ପ୍ରଚାର ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ମୁଖିଆ । ଅପରାହ୍ଣ ୧:୧୫ରେ ବାରିପଦା ସ୍ଥିତ ସର୍କିଟ ହାଉସଠାରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେବେ । ଅପରାହ୍ଣ ୩:୨୫ ମି.ରେ ଛଉ ପଡିଆରୁ ହେଲିକ୍ୟାପ୍ଟର ଯୋଗେ ବାଲେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।