ଘଷିପୁରାର ଅନେକ ବୁଥରେ କ୍ୟାମେରା ଲଗେଇ ଦେଉନାହାଁନ୍ତି ବଦ୍ରିଙ୍କ ସମର୍ଥକ । ଘଷିପୁରାର ସବୁ ବୁଥରେ ଲାଗୁ ସିସିଟିଭି କ୍ୟାମେରା । । ନିର୍ବାଚନ କମିସନଙ୍କୁ ଏମିତି ଅପିଲ୍ କଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ।

146

କନକ ବ୍ୟୁରୋ: “ଘଷିପୁରାରେ ଅନେକ ବୁଥରେ କ୍ୟାମେରା ଲଗାଇ ଦେଉନାହାଁନ୍ତି ବଦ୍ରି ପାତ୍ରଙ୍କ ସମର୍ଥକ । ଏଥର ନିର୍ବାଚନରେ ଘଷିପୁରାର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ଲାଗୁ । ଘଷିପୁରାର ସମସ୍ତ ବୁଥ୍ ହେଉଛି ସମ୍ବେଦନଶୀଳ ବୁଥ୍”, ଶନିବାର କିଛି ଏଭଳି କଥା କହିବା ସହ ବଦ୍ରି ପାତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଘଷିପୁରା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଶନିବାର ସୌମ୍ୟ ସାମ୍ବାଦିକ ସମ୍ମିଳନୀ କରିବା ସହ ଘଷିପୁରାର ସମସ୍ତ ବୁଥରେ ସିସିଟିଭି ଲଗେଇବାକୁ ଅପିଲ୍ କରିଛନ୍ତି । ଏଥିସହ ବିନା ରିଗିଂରେ ନିର୍ବାଚନ କରିବାକୁ ସେ ନିର୍ବାଚନ କମିସନଙ୍କୁ ଅପିଲ୍ କରିଛନ୍ତି । ବଦ୍ରି ବାବୁ ପୂର୍ବରୁ ବାରମ୍ବାର ବୁଥ୍ ରିଗିଂ କରି ନିର୍ବାଚନ ଜିତୁଥିଲେ । ତେଣୁ ଏଥର ସମସ୍ତ ବୁଥରେ ସିସିଟିଭି ଲଗେଇବାକୁ ସୌମ୍ୟ ପଟ୍ଟନାୟକ ଦାବି କରିଛନ୍ତି ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି , “ବଦ୍ରି ବାବୁ ଯାହା କହିବାକୁ ଚେଷ୍ଟା କରୁଛନ୍ତି । ତାହା ଶୁଣି ମୋତେ ହସ ମାଡୁଛି, ଲାଜ ବି ମାଡୁଛି । ମୁଁ ବ୍ୟସ୍ତ ଆଉ ବିବ୍ରତ ମଧ୍ୟ । ତେବେ ତାଙ୍କ ଭଳି ଜଣେ ଅନୁଭବୀ, ପୂବର୍ତନ ମନ୍ତ୍ରୀ ଯାହା କହୁଛନ୍ତି ତାହା ଭିତରେ ତାଳମେଳ ନାହିଁ । ସେମାନେ ମୋତେ ବିଦେଶୀ ବୋଲି କହୁଛନ୍ତି । ମୋତେ କେହି ଜାଣିନାହାଁନ୍ତି ବୋଲି କହୁଛନ୍ତି । ତେବେ ମୋତେ ଯଦି କେହି ବି ଜାଣିନାହାଁନ୍ତି, ତେବେ ସେ ଖୁସି ହେବା କଥା । ମୋ ପାଇଁ ସେ ଏତେ ବ୍ୟସ୍ତ କଣ ପାଇଁ ହେଉଛନ୍ତି, ଡରୁଛନ୍ତି କଣ ପାଇଁ?”