କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । କାଲି ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାରେ ହେବ ପରିଣତ ।ଓଡ଼ିଶାରେ ନାହିଁ ପ୍ରଭାବ ।

318

କନକବ୍ୟୁରୋ:ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡ଼ିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଏହାର ପ୍ରଭାବ ରହିପାରେ । ତେବେ ସମସ୍ତ ୪ଟି ଯାକ ବନ୍ଦରକୁ ୧ନମ୍ବର ବିପଦ ସଙ୍କେତ ଦିଆଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ଏହା ବର୍ତମାନ ଉତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତର ଦିଗରେ ଗତି କରିବା ଆରମ୍ଭ କରିବ ।

୨୫ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ । ସେହି ସମାନ ଭାବେ ଉତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ୱିପ ଓ ଖେପୁପରା ମଧ୍ୟରେ ୨୬ମଧ୍ୟରାତ୍ରରେ ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି । ଓଡ଼ିଶା ଉପକୂଳରେ ୨୫ତାରିଖରୁ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ଝଟକା ପବନ ୬୦କିଲୋମିଟର ରହିବ ।

୨୬ସକାଳୁ ପବନର ବେଗ ବଢ଼ିବ । ୬୦ରୁ ୭୦ ଓ ଝଟକା ପବନ ୮୦କିଲୋମିଟର ପ୍ରତି ଘଂଟା ରହିପାରେ । ୨୫ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ । ୨୬ରେ ଭଦ୍ରକ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ସହ ମୟୂରଭଂଜ ଓ କେନ୍ଦ୍ରପଡ଼ାରେ ପ୍ରବଳ ବର୍ଷା ସହ ଉତର ଓଡ଼ିଶାର କିଛି ଅଂଚଳରେ ବର୍ଷା ହେବ ।