ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଓଡିଶା ଫେରିଲେ ବିଜେପି ବିଧାୟକ । ରାଜ୍ୟ ସରକାରଙ୍କ ବିରୋଧରେ ଦେଲେ ଯୁଦ୍ଧ ଡାକରା ।

93

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସଭାପତି ଜେପି.ନଡ୍ଡାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଲେ ବିଜେପି ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ଯାଇଥିଲୁ ସେ ନେଇ ଆଲୋଚନା ହୋଇଛି । ଉଭୟ ନେତାଙ୍କ ସହ କଥାବାର୍ତ୍ତା ଉତ୍ସାହିତ କରିଛି । ରାଜ୍ୟରେ ସରକାର ଗଠନ ପାଇଁ କେନ୍ଦ୍ର ବିଜେପି ରାଜ୍ୟ ଶାଖାକୁ ସବୁ ପ୍ରକାରର ସହାୟତା କରିବ ।

ଦଳ କୋଟିଏ ଲୋକଙ୍କ ପାଖକୁ ଯିବ । ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ଲୋକଙ୍କ ପାଖକୁ ଯିବ ଦଳ । ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ନରମ ହୋଇନାହିଁ ବରଂ ଆଗକୁ ଯୁଦ୍ଧ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଜାନୁଆରୀରେ ବିଜେପିର କେନ୍ଦ୍ରୀୟ ନେତା, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ୟୁପି ମୁଖ୍ୟମନ୍ତ୍ରୀ ଓଡିଶା ଆସିବେ ବୋଲି କହିଛନ୍ତି ଜୟନାରାୟଣ ।