କର୍ଣ୍ଣାଟକରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ବଡ ଘୋଷଣା: ଲୋକଙ୍କୁ ମାଗଣା ମିଳିବ ୩ଟି ଏଲପିଜି ସିଲିଣ୍ଡର ସହ ଏକାଧିକ ସୁବିଧା

892

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି । ଏଥିରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା ହୋଇଛି । ‘ୟୁନିଫର୍ମ ସିଭିଲ୍‌ କୋଡ୍‌’, ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି, ମାଗଣା ନନ୍ଦିନୀ ଦୁଗ୍ଧ ଓ ରନ୍ଧନ ଗ୍ୟାସ୍‌ ଯୋଗାଣ ଆଦି ପ୍ରତିଶ୍ରୁତି ଦେଇ ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ‘ବିଜେପି’ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି।

ବିଜେପିର ନିର୍ବାଚନୀ ଇସ୍ତାହାର:
କର୍ଣ୍ଣାଟକରେ ସମାନ ନାଗରିକ ସଂହିତା
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଙ୍କୁ ପ୍ରତିଦିନ ଅଧା ଲିଟର ନନ୍ଦିନୀ ଦୁଗ୍ଧ ମାଗଣାରେ ମିଳିବ
ପ୍ରତି ପରିବାରକୁ ମାସିକ ୫ କେଜି ଚାଉଳ, ୫ କେଜି ବାଜରା ମିଳିବ
ଉଗାଦୀ, ଗଣେଶ ପୂଜାରେ ବିପିଏଲ ପରିବାରକୁ ୩ଟି ଗ୍ୟାସ ସିଲିଣ୍ଡର ମିଳିବ
ଗରୀବଙ୍କ ପାଇଁ ଅଟଳ ଆହାର କେନ୍ଦ୍ର