ଏଥର କିଏ ନେବ ଅରେଞ୍ଜ କ୍ୟାପ? ରେସରେ ରହିଛନ୍ତି ଏହି ସବୁ ଖେଳାଳି…

220

କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୩ । ମହା ଲଢେଇ ଭିତରେ ଅରେଞ୍ଜ କ୍ୟାପକୁ ନେଇ ମଧ୍ୟ ଜୋରଦାର ସଂଘର୍ଷ କରୁଛନ୍ତି ଖେଳାଳୀ । ତେବେ ଏଥର କିଏ ଅରେଞ୍ଜ କ୍ୟାପ ହାତେଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରତିଦିନ କିଏ ନା କିଏ ଅରେଞ୍ଜ କ୍ୟାପର ହକଦାର ହେଉଛନ୍ତି । ତେବେ ଶେଷରେ କିଏ ବାଜି ମାରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଏଥର ଅରେଞ୍ଜ କ୍ୟାପ ରେସର ଉପରେ ରହିଛନ୍ତି ରାଜସ୍ଥନର ଯଶସ୍ୱୀ ଜୟସ୍ୱାଲ(୪୨୮), ଏହାପରେ ବାଙ୍ଗାଲୋରର ଫାପ ଡୁପ୍ଲେସିସ(୪୨୨), ଚେନ୍ନାଇର ଡିଭନ କନୱେ(୪୧୪), ଋତୁରାଜ ଗାଏକ୍ୱାର୍ଡ(୩୫୪), ବାଙ୍ଗାଲୋରର ବିରାଟ କୋହଲି(୩୩୩) ଓ ଗୁଜରାଟର ଶୁଭମନ ଗିଲ(୩୩୩) । ତେବେ ବର୍ତ୍ତମାନ ଏହି ଖେଳାଳିଙ୍କ ମଧ୍ୟରେ ଅରେଞ୍ଜ କ୍ୟାପକୁ ନେଇ ଜୋରଦାର ଲଢେଇ ଚାଲିଛି । କିଏ ଚଳିତ ଆଇପିଏଲରେ ସର୍ବାଧିକ ରନ କରି ଏହି କ୍ୟାପ ହାତେଇବ ତାହା ଏବେ କହିବା ଅସମ୍ଭବ ।

କିଏ କେବେ ଜିତିଛି ଅରେଞ୍ଜ କ୍ୟାପ
୧-ସନ ମାର୍ଶ (୨୦୦୮) ପଞ୍ଜାବ
୨-ମାଥ୍ୟୁ ହେଡେନ (୨୦୦୯) ଚେନ୍ନାଇ
୩-ସଚିନ ତେନ୍ଦୁଲକର (୨୦୧୦) ମୁମ୍ବାଇ
୪-କ୍ରିସ ଗେଲ (୨୦୧୧) ବାଙ୍ଗାଲୋର
୫-କ୍ରିସ ଗେଲ (୨୦୧୨) ବାଙ୍ଗାଲୋର
୬- ମାଇକେଲ ହସି (୨୦୧୩) ଚେନ୍ନାଇ
୭- ରବନି ଉଥପ୍ପା (୨୦୧୪) କୋଲକାତା
୮-ଡେଭିଡ ୱାର୍ଣ୍ଣର (୨୦୧୫) ହାଇଦ୍ରାବାଦ
୯-ବିରାଟ କୋହଲି (୨୦୧୬) ବାଙ୍ଗାଲୋର
୧୦- ଡେଭିଡ ୱାର୍ଣ୍ଣର (୨୦୧୭) ହାଇଦ୍ରାବାଦ
୧୧-କେନ ୱିଲିୟମସନ (୨୦୧୮) ହାଇଦ୍ରାବାଦ
୧୨-ଡେଭିଡ ୱାର୍ଣ୍ଣର (୨୦୧୯) ହାଇଦ୍ରାବାଦ
୧୩-କେଏଲ ରାହୁଲ (୨୦୨୦) ପଞ୍ଜାବ
୧୪- ଋତୁରାଜ ଗାଏକ୍ୱାର୍ଡ (୨୦୨୧) ଚେନ୍ନାଇ
୧୫-ଜୋସ ବଟଲର (୨୦୨୨) ରାଜସ୍ଥାନ
୧୬- ?