ଆସାମ ତେଜପୁରରେ ମନ୍ଦିର ସଫେଇ କଲେ ଗୃହମନ୍ତ୍ରୀ ଅମିତ ଶାହା । ହାଇଦ୍ରାବାଦ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲେଙ୍ଗାନା ରାଜ୍ୟପାଳଙ୍କ ସଫେଇ

90

କନକ ବ୍ୟୁରୋ : ନେତାଙ୍କ ମନ୍ଦିର ସଫେଇ । ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ସଫେଇ କରିବା ପରେ ବିଜେପିର ଅନ୍ୟ ନେତାମାନେ ଏହାକୁ ଅନୁସରଣ କରୁଛନ୍ତି ଓ ବିଭିନ୍ନ ମନ୍ଦିରରେ ସଫେଇ କରୁଛନ୍ତି । ମନ୍ଦିର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଆସାମ ତେଜପୁର ସ୍ଥିତ ମହାଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଭିତରେ ଓ ବାହାରକୁ ସଫା କରିଛନ୍ତି । ସେପଟେ ବିଜେପି ନେତ୍ରୀ ଖୁସବୁ ସୁନ୍ଦର ମଧ୍ୟ ଏହି ମନ୍ଦିର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି । ଚେନ୍ନାଇରେ ହାତରେ ଝାଡୁଧରି ମନ୍ଦିର ପରିସରରେ ସଫେଇ କରିଛନ୍ତି ଖୁସବୁ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଏହି ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅପିଲ ମଧ୍ୟ କରିଛନ୍ତି । ଅନ୍ୟପଟେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ହାଇଦ୍ରାବାଦର ହନୁମାନ ମନ୍ଦିରରେ ସଫେଇ କରିଛନ୍ତି ।