ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ପଚରାଉଚରା । ସରକାରୀ ବାସଭବନକୁ ଯାଇ ବୟାନ ରେକର୍ଡ କଲେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ

72

କନକ ବ୍ୟୁରୋ : ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିଛି ଇଡି । ହେମନ୍ତଙ୍କ ବାସଭବନରେ ପହଂଚି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଓ ହେମନ୍ତ ଏହାର ଉତର ରଖିଛନ୍ତି । ହାଜର ହେବା ପୂର୍ବରୁ ଇଡି ତାଙ୍କୁ ୭ଥର ନୋଟିସ୍ ପଠାଇଥିଲା, ହେଲେ ହେମନ୍ତ ହାଜର ହୋଇ ନଥିଲେ । ହେଲେ ନିକଟରେ ସହଯୋଗ କରିବାକୁ ସହମତ ହୋଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କ ବାସଭବନକୁ ଯାଇ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ପୂର୍ବରୁ ୨୦୨୨ ନଭେମ୍ବର ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ଜେରା କରିଥିଲା ଇଡି । ଆଜିର ପଚରାଉଚରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।