ପଞ୍ଚାୟତ ସରିନି ହେଲେ ପୈାର ପାଇଁ ବିଜେଡିର ସଜବାଜ: ପ୍ରତି ୱାର୍ଡରେ ୨୫ କମିଟି ଗଠନ କରି ଦଳ ମାଗିବ ଭୋଟ୍ 

102

କନକ ବ୍ୟୁରୋ: ଆଗକୁ ପୌର ନିର୍ବାଚନ ଆସୁଥିବାରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଭୁବନେଶ୍ୱର ପ୍ରତି ୱାର୍ଡ଼ରେ ହେବ ୨୫ଟି କମିଟି । ଆଗାମୀ ଦିନରେ ୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ ନେଇ ବ୍ଲୁ ପ୍ରିଂଟ କରିଛି ବିଜେଡ଼ି । ଆଜି ଭୁବନେଶ୍ୱର ସାଂଗଠନିକ  ଜିଲ୍ଲା ବିଜୁ ମହିଳା କାର୍ଯ୍ୟକାରିଣୀ ବୈଠକରେ କର୍ମୀଙ୍କୁ ଏମିତି ବିଜେଡି ଟାର୍ଗେଟ ଦେଇଛି । ଏଥିସହ ବିରୋଧୀଙ୍କୁ ରୋକିବା ପାଇଁ ସେମାନଙ୍କ ବିରୋଧରେ ପ୍ରଚାର କରିବାକୁ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ନେଇ ବୁଝାଇବାକୁ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ଆଗଧାଡ଼ିର ନେତା । ବିଶେଷକରି ବିଜେପି ବିରୋଧରେ ପ୍ରଚାର କରିବା ଓ ବଦନାମ ପାଇଁ ଚେଷ୍ଟା କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ନେତା ।  ଏବଂ ଏକଜୁଟ ହୋଇ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ କହିଛନ୍ତି ।