ସ୍କୁଲ ଖୋଲିବ, ହେଲେ ଛାତ୍ରଛାତ୍ରୀଙ୍କୁ ଛାଡିବେ କି ଅଭିଭାବକ? ଓମିକ୍ରନର ଭୟ ଭିତରେ ସାରା ରାଜ୍ୟରୁ ଆସୁଛି ମିଶ୍ର ପ୍ରତିକ୍ରିୟା

188

କନକ ବ୍ୟୁରୋ: ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ସୋମବାରଠାରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଦ୍ୟାଳୟ ଖୋଲିଲେ ବି ପିଲା ସ୍କୁଲ କି ଆସିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ବର୍ତମାନ ଓମିକ୍ରନ ଭୟ ବଢ଼ୁ ଥିବାରୁ ନିଷ୍ପତିର ପରିବର୍ତନ ହୋଇପାରେ ବୋଲି କହିଛନ୍ତି ଡିଏମଇଟି ।

ଓମିକ୍ରନ ଭୟ ଯେତେବେଳେ ବଢ଼ିବାରେ ଲାଗିଛି । ଖୁବ୍ ଶୀଘ୍ର ରାଜ୍ୟରେ ତୃତୀୟ ଲହର ଆସିବ ବୋଲି ବିଭିନ୍ନ ମଡେଲ କହୁଛି, ସେତିକିବେଳେ ରାଜ୍ୟ ସରକାରଙ୍କ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତି ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଓମିକ୍ରନ ଭୟ ଭିତରେ ବିଦ୍ୟାଳୟ ତ ଖୋଲିଯିବ, କିନ୍ତୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ତ? ଏମିତି ପ୍ରଶ୍ନ ଏବେ ଉଠିଛି । କିଛି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡିବାକୁ ସିଧାସଳଖ ମନା କରିଥିବାବେଳେ, ଆଉ କିଛି ଅଭିଭାବକ ସରକାଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ।

ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ଘୋଷଣା କରିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏପରିକି ଓମିକ୍ରନ ଭୟ ଓ ତୃତୀୟ ଲହର ଆଶଙ୍କା ଥିବାରୁ ନିଷ୍ପତି ବଦଳାଯାଇପାରେ ବୋଲି କହିଛନ୍ତି ଡିଏମଇଟି ।

ବର୍ତମାନ ସମୟରେ ବିଦ୍ୟାଳୟ ଖୋଲାଯିବା ଉଚିତ୍ କି ନୁହେଁ ସେ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବିଦ୍ୟାଳୟ ଖୋଲିବାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଥିବାବେଳେ ସରକାରଙ୍କ ଆଭିମୁଖ୍ୟ କଣ ରହିଛି ତା ଉପରେ ସମସ୍ତଙ୍କ ନଜର ରହିଛି ।