ବିରମିତ୍ରପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥି ରୋହିତ ଯୋସେଫ ତିର୍କୀ, ବାପା ଜର୍ଜ ତିର୍କୀଙ୍କ ରାଜନୈତିକ ସମୀକରଣ ବଦଳାଇ ପାରେ ମୋଡ

921

କନକ ବ୍ୟୁରୋ : ବିରମିତ୍ରପୁର ବିଧାନ ସଭା ଆସନ ପାଇଁ ବିଜେଡି ପକ୍ଷରୁ ନୂଆ ମୁହଁ ରୋହିତ ଯୋସେଫ ତିର୍କୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛିା ରୋହିତ ଚଳିତ ସପ୍ତାହରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ଆଜି ବେଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛିା ରୋହିତ ହେଉଛନ୍ତି ବିରମିତ୍ରପୁରର ଟାଣୁଆ ସବୁଠୁ ପ୍ରଭାବଶାଳୀ ନେତା ଜର୍ଜ ତୀର୍କୀଙ୍କ ପୁଅ । ଜର୍ଜତିର୍କୀ ଚାରି ଚାରିଥର ବିରମିତ୍ରପୁରରୁ ବିଧାୟକ ରହିଛନ୍ତିା ୨୦୦୨ ରୁ ୨୦୦୬ ପଯ୍ୟନ୍ତ ଜର୍ଜ ତୀର୍କୀ ବିଜେଡିରେ ରହିଥିଲେ । ଜର୍ଜ ତୀର୍କୀ ୧୯୯୫ ଓ ୨୦୦୦ ମସିହାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ବିରମିତ୍ରପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ବିଜେଡି ଯୋଗଦେଇ ୨୦୦୬ରେ ଇସ୍ତଫା ଦେଇଥିଲେ । ସେ ୨୦୦୯ରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଜିତି ଥିବା ବେଳେ ୨୦୧୪ରେ ନିଜେ ସମତା କ୍ରାନ୍ତି ଦଳ ଗଠନ କରି ନିର୍ବାଚନ ଲଢି ବିରମିତ୍ରପୁରରୁ ବିଧାନସଭାରୁ ବିଜୟୀ ହୋଇଥିଲୋ ତେବେ ୨୦୧୯ରେ ଜର୍ଜ ତିର୍କୀ କଂଗ୍ରେସରେ ଯୋଗଦେଇ ସୁନ୍ଦରଗଡ ଆସନରୁ ନିର୍ବାଚନ ଲଢି ପରାସ୍ତ ହେଇଥିଲେ, ୨୦୧୯ରେ ଜର୍ଜ ତିର୍କୀଙ୍କ ପୁଅ ବିରମିତ୍ରପୁରରୁ ନିର୍ୱାଚନ ଲଢି ପରାସ୍ତ ହୋଇଥିଲେ, ଏହି ଆସନରୁ ବିଜେପି ପ୍ରାର୍ଥୀ ଶଙ୍କର ଓରାମ ନିର୍ବାଚନ ଜିତିଥିଲୋ ଯାହାର କାରଣ ଜର୍ଜ ତିର୍କୀଙ୍କ ସୁନ୍ଦରଗଡରୁ ଆସନ ପାଇଁ ଲୋକସଭା ନିର୍ବାଚନ ଲଢିବା ଓ ବିରମିତ୍ରପୁର ଉପରେ ଧ୍ୟାନ କେନ୍ଦ୍ରୀତ ନକରି ପାରିବା କୁହାଯାଏା ବିଜେଡି ରୋହିତଙ୍କୁ ବିରମିତ୍ରପୁର ବିଧାନ ସଭା ପ୍ରାର୍ଥୀ କରିବା ପଛରେ ଜର୍ଜତିର୍କୀଙ୍କ ବିରମିତ୍ରପୁରରେ ଥିବା ବଡ ରାଜନୈତିକ ପ୍ରଭାବ ଆଡକୁ ଇସାରା ଦିଏା