କନକ ବ୍ୟୁରୋ: କୁକୁର କାମୁଡିବା ପରେ ଯୁୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ । ଗତ ୪ ଦିନ ତଳେ ହରିପୁର ବ୍ରେଡେକାଙ୍କୁ କୁକୁର କାମୁଡିଥିଲା । ରାୟଗଡ଼ା ଚନ୍ଦ୍ରପୁର ଅଂଚଳର ରତନଗୁଡା ବାସିନ୍ଦା ହେଉଛନ୍ତି ହରିପୁର ବ୍ରେଡେକା । କୁକୁର କାମୁଡିବା ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଆଣି ଇଞ୍ଜେକସନ ଦିଆଯାଇଥିଲା । କିନ୍ତୁ ଏହାପରେ ବି ସ୍ଥିତିରେ ଆସିନି ସୁଧାର । ଏବେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତତ୍ତ୍ୱାବଧାନରେ ପୀଡିତଙ୍କ ଚିକିତ୍ସା ଚାଲିିଥିବା ଜଣାପଡିଛି ।
କୁକୁର କାମୁଡିବା ପରେ ମଣିଷ ଦେଖାଉଛି କୁକୁର ଭଳି ଆଚରଣ । ରାୟଗଡା ରତନଗୁଡାରେ ଯୁବକଙ୍କ ଦୟନୀୟ ଅବସ୍ଥା ।
/kanak/media/post_attachments/wp-content/uploads/2024/05/2-41.jpg)