ଧାରଣାରେ ବସିଲେ ଘଷିପୁରାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ପୋଲିସ ବିନା କାରଣରେ ତାଙ୍କ ସମର୍ଥକଙ୍କୁ ଗିରଫ କରୁଥିବା ଅଭିଯୋଗ ।

1,160

କନକ ବ୍ୟୁରୋ: ଧାରଣାରେ ବସିଲେ ଘଷିପୁରାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ପୁଲିସ ପକ୍ଷପାତିତା କରୁଥିବା ଅଭିଯୋଗରେ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଶହ ଶହ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି ସୌମ୍ୟରଞ୍ଜନ । ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରରୋଚନାରେ ପୁଲିସ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଗିରଫ କରୁଥିବାର ଅଭିଯୋଗ ଆଣିଛନ୍ତି ସୌମ୍ୟ ।

ଗତକାଲି ସୌମ୍ୟରଞ୍ଜନଙ୍କୁ ସମର୍ଥନ କରୁଥିବା ୮ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ପୁଲିସ ଏଭଳି କରିଥିବା କହିଛନ୍ତି ସୌମ୍ୟ । କୋର୍ଟଙ୍କ ରହିତାଦେଶ ସତ୍ୱେ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ସ୍ଥାନୀୟ ପୁଲିସ ପକ୍ଷପାତିତା କରି ତାଙ୍କ ଲୋକଙ୍କୁ ଗିରଫ କରୁଥିବା କହିଛନ୍ତି ସୌମ୍ୟରଞ୍ଜନ । ଏଥିସହ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସମର୍ଥକ ଗୁଣ୍ଡଗର୍ଦ୍ଦି କରୁଥିବା ସାମ୍ନାକୁ ଆସିଛି ।