ପ୍ରଚାର ପାଇଁ ଟ୍ରେନରେ ବାଲେଶ୍ୱର ଗଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । କହିଲେ, ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କୁ ଭେଟିବି ।

211

କନକ ବ୍ୟୁରୋ: ବାଲେଶ୍ୱରରେ ପ୍ରଚାର ପାଇଁ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନ୍ରେ ଗଲା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରେଳମନ୍ତ୍ରୀ । କହିଛନ୍ତି, ରାଜ୍ୟବାସୀ ୨୪ ବର୍ଷ ହେଲା ବିଜେଡି ସରକାରକୁ ଦେଖିଲେଣି । ହେଲେ ରାଜ୍ୟରେ ବିକାଶ ହୋଇପାରିନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି । ଆଜି ବି ଲୋକେ ଦାଦନ ଯାଉଛନ୍ତି । ତେଣୁ ଲୋକେ ଏଥର ବିଜେପିକୁ ବାଛିବେ । ଏଥର ଓଡ଼ିଶାରେ ବିଜେପି ସରକାର ହେବ ।

ଏହା ସହ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୧୪ ପରେ ରାଜ୍ୟରେ ରେଳ ଲାଇନରେ ବିକାଶ ହୋଇଛି । ୩ ହଜାର ୭୯୯ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ କାମ ଚାଲିଛି । ଜଙ୍ଗଲ ଭିତରେ ଟନେଲ କାମ ମଧ୍ୟ ଚାଲିଛି । ୫୨ଟି ଷ୍ଟେସନକୁ ନବୀକରଣ କରାଯାଉଛି । ବାଲେଶ୍ୱର ଷ୍ଟେସନର ରୂପରେଖ ମଧ୍ୟ ବଦଳୁଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କ ସଂସ୍ପର୍ଶରେ ଆସିବେ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା କଥା ବୁଝିବେ ବୋଲି କହିଛନ୍ତି ବୈଷ୍ଣବ ।