‘ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ହେବ, ଓଡିଆରେ ମେଡିକାଲ ପାଠ୍ୟକ୍ରମ ହେବ’: ଓଡିଶାବାସୀଙ୍କୁ ଶାହଙ୍କ ପ୍ରତିଶ୍ରୁତି । 

167

କନକ ବ୍ୟୁରୋ: ସମ୍ବଲପପୁର ଅଇଁଠାପାଲିରେ ରାଜ୍ୟ ସରକାରଙ୍କୁ ର୍ଟାେଗଟ କରି ଅମିତ ଶାହ କହିଛନତି, ‘ଓଡ଼ିଶା ପୂରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ହୋଇଥିବା ବେଳେ ଏଠାକାର ଲୋକ ସବୁଠୁ ଗରିବ । ଓଡ଼ିଶା ପ୍ରାକୃତିକ ଓ ଖଣିଜ ସମ୍ପଦର ଗନ୍ତାଘର ହୋଇଥିବା ବେଳେ ଏଠାକାର ନବୀନ ସରକାରର ବାବୁ ଏହାକୁ ଲୁଟ୍ କରୁଛନ୍ତି । ବିଜେପି ସରକାରରେ ଖଣିଜ ପଦାର୍ଥ ରାଜ୍ୟ ବାହାରକୁ ଯିବନି ବରଂ ଏହିଠାରେ ହିଁ ଉତ୍ପାଦନ କରାଯିବ । ଯାହାର ଲାଭ ଓଡ଼ିଶାର ଯୁବବର୍ଗଙ୍କୁ ମିଳିବ । ଓଡ଼ିଶାର ଯୁବବର୍ଗଙ୍କୁ ଦାଦନ ଖଟିବାକୁ ଯିବାକୁ ପଡିବନି, ବରଂ ଏହିଠାରେ ହିଁ ସେମାନଙ୍କୁ ନିଯୁକ୍ତି ମିଳିବ । ଓଡିଶା  ବିକାଶ କରିବାକୁ  ଏଠାରେ ସବୁ ଅଛି ହେଲେ ଓଡିଶାରେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ନାହାଁନ୍ତି । ବିଜେପି ସରକାର ଆଣନ୍ତୁ, ଏଠାରେ ଜଣେ ପରିଶ୍ରମୀ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ଯିଏ ଓଡ଼ିଶା ପାଇଁ ଦିନରାତି କାମ କରିବ’ ।

ଆଜି ବି ଓଡ଼ିଶାରେ ୨୬ ଲକ୍ଷ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ସଡକ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ୍ ପଛରେ ରହିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାହାର ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ । ସମ୍ବଲପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଜିଲ୍ଲାର ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବୁ । ଓଡ଼ିଶାରେ ପେସା ଆଇନ ଲାଗୁ କରିବୁ । ଓଡ଼ିଶାରେ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ କରିବୁ’ ।