ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ । କହିଲେ ରାଜଧାନୀବାସୀଙ୍କ ସେବା ପାଇଁ ଛାଡିଛନ୍ତି ପାଇଲଟ ଚାକିରି ।

243

କନକ ବ୍ୟୁରୋ: ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମନ୍ମଥ ରାଉତରାୟ ଜଣେ ସଫଳ ପାଇଲଟ୍ ଥିଲେ । ରାଜଧାନୀବାସୀଙ୍କ ସେବା ପାଇଁ ନିଜ ମାଟିକୁ ଫେରି ଆସିଛନ୍ତି । ଏବେ ରାଜନୀତିରେ ଯୁବପିଢି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି । ମନ୍ମଥ ରାଜନୀତିକୁ ଆସି ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହା ସହ ନାଁ ନନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ।

କହିଛନ୍ତି, ଗତ ୫ ବର୍ଷରେ ବର୍ତମାନର ସାଂସଦ କିଛି ବଡ଼ କାମ କରିନାହାନ୍ତି । ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରିକରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ମଥ ରାଉତରାୟ ଭୁବନେଶ୍ୱରବାସୀଙ୍କ ଉନ୍ନତି ପାଇଁ ଦିନ ରାତି ତାଙ୍କ ସହ କାମ କରିବେ । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିବାରେ ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।