ଆଜିଠୁ ଆଇପିଏଲର ପ୍ଲେ ଅଫ୍ ମୁକାବିଲା । ପ୍ରଥମ କ୍ୱାଲିଫାୟାରରେ କୋଲକାତାକୁ ଭେଟିବ ହାଇଦ୍ରାବାଦ । ସିଧାସଳଖ ଫାଇନାଲ ଯିବ ବିଜେତା ଟିମ୍ ।

158

କନକ ବ୍ୟୁରୋ: ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୂୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚରେ ଯିଏ ଜିତିବ ସେ ସିଧାସଖଳ ଫାଇନାଲରେ ପ୍ରବେଶ କରିବ । କିନ୍ତୁ କେକେଆର ଓପନର ଫିଲ ସଲ୍ଟ ଏହି ମ୍ୟାଚ ଖେଳିବେ ନାହିଁ ।

ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଖେଳାଳିମାନେ ପ୍ଲେ-ଅଫ ଖେଳିବେ ନାହିଁ । ତେଣୁ କେକେଆର ଫିଲ ସଲ୍ଟ, ରାଜସ୍ଥାନ ରୟାଲର ଜସ୍ ବଟଲର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ୱିଲ ଜାକ୍ସ୍ ପ୍ଲେ-ଅଫର ବାଦ ପଡିବେ । ଉଭୟ କୋଲକାତା ଓ ହାଇଦ୍ରାବାଦ ବ୍ୟାଟିଂରେ ଭଲ ପଦର୍ଶନ ଜାରି ରଖିଛନ୍ତି । ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍ ହେଡ, ଅଭିଶେକ ଶର୍ମା ଜବରଦସ୍ତ ପଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ପଦର୍ଶକ ଚମତ୍କାର ରହିଛି । ବୋଲିଂରେ ହାଇଦ୍ରାବାଦ ତୁଳନାରେ କୋଲକତାର ପଦର୍ଶନ ଭଲ ରହିଛି ।

ତେବେ ଆଇପିଏଲ ପ୍ଲେ ଅଫ ନିୟମ ଅନୁଯାୟୀ, ଫାଇନାଲ ମୁକାବିଲା ପାଇଁ ୪ ଟି ଟିମ୍ ମଧ୍ୟରେ ଦୁଇଟି କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦୁଇ ଟିମ୍ କୋଲକତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ । ସେମାନଙ୍କ ମଧ୍ୟରୁ ବିଜୟୀ ଟିମ ସିଧା ଆଇପିଏଲ-୨୦୨୪ ଫାଇନାଲକୁ ଯିବ । ଆଉ ପରାଜିତ ଟିମ୍ ଏଲିମିନେଟର ମ୍ୟାଚର ବିଜେତା ଟିମ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବେ । ଏଲିମିନେଟର ମ୍ୟାଚ ବେଙ୍ଗାଳୁରୁ-ରାଜସ୍ଥାନ ମଧ୍ୟରେ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟାରର ବିଜେତା ସହ ପ୍ରଥମ କ୍ୱାଲିଫାୟରର ବିଜେତା ସିହ ଫାଇନାଲ ଖେଳିବ ।