ସରିଲା ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍-୧୬ : ପ୍ରିୟଙ୍କା ଚହରଙ୍କୁ ହରାଇ ବିଜେତା ହେଲେ ରାପର ଏମସି ଷ୍ଟାନ

189

କନକ ବ୍ୟୁରୋ : ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍-୧୬ ଶେଷ ହୋଇଛି । ଆଉ ପ୍ରିୟଙ୍କା ଚହର ଚୌଧୁରୀଙ୍କୁ ହରାଇ ଟ୍ରଫି ଜିତିଛନ୍ତି ର୍ୟାପର ଏମସି ଷ୍ଟାନ । ୪ ମାସର ଏହି ଯାତ୍ରାରେ ବହୁ ଗଣ୍ଡଗୋଳ, ବିବାଦ, ନନଷ୍ଟପ୍ ଡ୍ରାମା ପରେ ଶେଷରେ ବିଜେତା ଘୋଷିତ ହୋଇଛନ୍ତି ଏମସି ଷ୍ଟାନ । ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କାର ପୁରସ୍କାର ସହ ଏକ ବ୍ରାଣ୍ଡ ନ୍ୟୁ କାର ଉପହାର ମିଳିଛି ।

ହୋଷ୍ଟ ସଲମନ ଖାନ ତାଙ୍କୁ ଟ୍ରଫି ପ୍ରଦାନ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଏମସି ଷ୍ଟାନ ଫାଇନାଲ ପର୍ଯ୍ୟନ୍ତ ନିଜେ ପରିବର୍ତନ ହୋଇନଥିବାରୁ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ । ତେବେ ଫାଇନାଲ ଉତ୍ସବରେ ଏହି ଦୁଇଜଣଙ୍କୁ ଛାଡି ମୋଟ ୫ ଜଣ ପ୍ରତିଯୋଗୀ ରହିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସାଲିନ ଭନଟ, ଅର୍ଚ୍ଚନା ଗୌତମ, ଶିବ ଠାକରେ । ଫାଇନାଲ ଉତ୍ସବରେ ବଲିଉଡ ଷ୍ଟାର ସନି ଦେଓଲ, ଅମିଶା ପଟେଲ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।