ଆଜିଠୁ ପୁଣି ବଢିବ ଶୀତ : ଖସିବ ରାତି ତାପମାତ୍ରା; ୨ଦିନରେ ୩ ଡିଗ୍ରୀ ରାତି ତାପମାତ୍ରା ଖସିବା ନେଇ ପାଣିପାଗ ବିଭାଗର ଆକଳନ

122

କନକ ବ୍ୟୁରୋ : ଆଜିଠୁ ପୁଣି ବଢିବ ଶୀତ । ଖସିବ ରାତି ତାପମାତ୍ରା । ଗତ କିଛି ଦିନ ଧରି ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ବେଳେ ରାତିରେ ଶୀତର ପ୍ରକୋପ ମଧ୍ୟ ଜାରି ରହିଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଜି. ଉଦରଗିରିରେ ୭ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଜି ରାତିରୁ ରାଜ୍ୟର ପାରଦସ୍ତର ଖସିବା ଆରମ୍ଭ ହେବ ।

୨ ଦିନରେ ରାତି ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଫଳରେ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୁତ ହେବା ସହ ଅନ୍ୟ କିଛି ଅଂଚଳରେ ହାଲୁକା ଶୀତ ଅନୁଭୁତ ହେବ । ଏହାର ପରବର୍ତ୍ତୀ ଦୁଇ ତିନି ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।