ଆଜି ସରୁଛି ଗୋପାଳ ଦାସର ୫ ଦିନିଆ ରିମାଣ୍ଡ : କୋର୍ଟରେ ହାଜର କରି ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ

104

କନକ ବ୍ୟୁରୋ : ଝାରସୁଗୁଡ଼ା ଫେରିଛନ୍ତି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଗୁଜରାଟରୁ ବିମାନ ଯୋଗେ ଭାୟା ରାୟପୁର ଦେଇ ଗୋପାଳକୁ ଝାରସୁଗୁଡା ଅଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ଝାରସୁୁଗୁଡା ଏୟାରପୋର୍ଟ ଥାନାରେ ରଖି ଅଧିକ ପଚରାଉଚରା କରାଯାଇଛି । ଏପଟେ ଆଜି ଗୋପାଳର ୫ ଦିନିଆ ରିମାଣ୍ଡ ଶେଷ ହେଉଛି । ତେଣୁ କ୍ରାଇମବ୍ରାଞ୍ଚ ଅଭଯୁକ୍ତ ଗୋପାଳକୁ ଆଜି କୋର୍ଟରେ ହାଜର କରି ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ । ଏଥି ସହ ନାର୍କୋ ଟେଷ୍ଟ ରିପୋର୍ଟ କୋର୍ଟରେ ଦାଖଲ କରିବ କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥା ପାଇଁ ନାର୍କୋ ଟେଷ୍ଟ ରିପୋର୍ଟ ସବୁଠାରୁ ବଡ ଭରସା ପାଲଟିଛି ।

ସୂଚନା ଅନୁସାରେ, ନାର୍କୋ ଟେଷ୍ଟ ବେଳେ ଗୋପାଳ ଯାହା ବୟାନ ଦେଇଛି ତାହା ଆଶ୍ଚର୍ଯ୍ୟ କଲାଭଳି । କୁହାଯାଉଛି, ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ଗୋପାଳ ସୁଯୋଗକୁ ଅପେକ୍ଷା କରିଥିଲା । ରାଗ କମିଯିବ ବୋଲି ସେ ଦୁଇମାସ ହେଲା ଔଷଧ ଖାଇନଥିଲା । ତେବେ ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ତେବେ ଗୋପାଳ ଜଣେ ସାର୍ପସୁଟର ଥିବା ବେଳେ ଜିଲ୍ଲା ପୁଲିସର ବନ୍ଧୁକ ଚାଳନାରେ ଉତ୍ତମ ପଦର୍ଶନ କରିଥିଲା । ଏସର୍ମ୍ପକରେ ଝାରସୁଗୁଡା ପୁଲିସଠୁୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।