ମାର୍କେଟ ବିଲ୍ଡିଂ ବିବାଦ, କେବେ ବାହାରିବ ସମାଧାନ ? ପ୍ରଶାସନକୁ ଆଜି ସନ୍ଧ୍ୟା ଯାଏଁ ମହଲତ ଦେଇଛି ସ୍ଥାୟୀ ଦୋକାନୀ ସଂଘ

185

କନକ ବ୍ୟୁରୋ : ମାର୍କେଟ ବିଲ୍ଡିଂ ବିବାଦରେ କେବେ ବାହାରିବ ସମାଧାନର ବାଟ । ପ୍ରଶାସନକୁ ଆଜି ସନ୍ଧ୍ୟା ଯାଏଁ ମହଲତ ଦେଇଛି ସ୍ଥାୟୀ ଦୋକାନୀ ସଂଘ । ସମାଧାନ ନହେଲେ କାଲିଠୁ ଖୋଲିବନି ରାଜଧାନୀର ଗୋଟିଏ ବି ଦୋକାନ । ଏପଟେ ସାଢ଼େ ୧୦ଟାରେ ଉଠା ଦୋକାନୀ ସଂଘ ରାସ୍ତାକୁ ଓହ୍ଲାଇବେ ।

ଉଠା ଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ ଦାବି କରିଛି, ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବେ ଚିହ୍ନଟ ହୋଇଥିବା ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ ପାଇଁ  ସୁଯୋଗ ମିଳୁ । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ । ଆବଶ୍ୟକ ପଡିଲେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ସହ ଭୁବନେଶ୍ୱର ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ ।

ସେପଟେ ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ରାଜଧାନୀର ସମସ୍ତ ବଜାର କମିଟିର ସଦସ୍ୟଙ୍କୁ ନେଇ ବୈଠକ ବସିଛି । ସୋମବାର ସୁଦ୍ଧା ବିଏମସି ଯଦି କିଛି ସମାଧାନ ବାହାର ନକରେ, ତାହେଲେ ମଙ୍ଗଳବାର ରାଜଧାନୀର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସ୍ଥାନୀୟ ଦୋକାନୀ ସଂଘ । ୧୭ ତାରିଖରୁ ବନ୍ଦ ପଡ଼ିଛି ମାର୍କେଟ ବିଲ୍ଡିଂ । ଫଳରେ ଦୋକାନୀ କ୍ଷତି ସହୁ ନାହାନ୍ତି, ବରଂ ସାଧାରଣ ଲୋକ ବି ହଇରାଣ ହେଉଛନ୍ତି ।