ବଟି ମଗାକୁ ନେଇ ତୁମୁଳକାଣ୍ଡ : ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ଆକ୍ରମଣ, ଶରୀରର ଏକାଧିକ ସ୍ଥାନରେ କ୍ଷତ

351

କନକ ବ୍ୟୁରୋ : ବଟି ମଗାକୁ ନେଇ ତୁମୁଳକାଣ୍ଡ । କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରେଲୱେ କଲୋନୀରେ ଗେଲ ଇଣ୍ଡିଆ କମ୍ପାନୀର ସାଇଡ଼ ସୁପରଭାଇଜର ଆର.ପି ସିଂଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ତାଙ୍କ ଦେହରେ ୪୦ରୁ ଅଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଛୁରି ଓ ବିଅର ବୋତଲରେ ଭୁସା ହୋଇଥିବା ଜଣାପଡ଼ିଛି । ବେକରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।