ବିବାଦ ପରେ ଚେନ୍ନାଇରେ ହଟହଟା ବାବୁସାନ୍, ହିରୋଙ୍କୁ ଦୂରେଇ ଦେଲା ‘ଦମନ’ ଫିଲ୍ମର ଟିମ୍ ।

195

କନକ ବ୍ୟୁରୋ: ରାସ୍ତାରେ ପତ୍ନୀଙ୍କ ସହ ବିବାଦ ପରେ ଚେନ୍ନାଇ ଯାଇଥିଲେ ଓଲିଉଡ ହିରୋ ବାବୁସାନ ମହାନ୍ତି । ଅପକମିଂ ଫିଲ୍ମ ଦମନକୁ ପ୍ରୋମାସନ କରିବାକୁ ଯାଇଥିଲେ ବାବୁସାନ । ହେଲେ ବିବାଦ ପରେ ବାବୁସାନଙ୍କ ଠୁ ଦୂରେଇ ଯାଇଛି ଦମନ ଟିମ୍ । ବାବୁସାନ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ଆୟୋଜକ ମାଡ୍ରାସ ଉତ୍କଳ ସଂଘ ଚାହୁଁଥିଲା । କିନ୍ତୁ କାର୍ଯ୍ୟକ୍ରମକୁ ଯିବାକୁ ଫିଲ୍ମ ପ୍ରଯୋଜକ ମନା କରିଥିଲେ ।

ଦି ଉତ୍କଳ ଆସୋସିଏସନ୍ ଅଫ ମାଡ୍ରାସର କାର୍ଯ୍ୟକ୍ରମରେ ଦମନ ଫିଲ୍ମର ପ୍ରମୋସନରେ ସମସ୍ତେ ଅଛନ୍ତି ହେଲେ ହିରୋ ନାହାନ୍ତି । ଫିଲ୍ମର ମୁଖ୍ୟ ଚରିତ୍ର ବାବୁସାନଙ୍କ ବିନା ପ୍ରମୋସନ କରିଛନ୍ତି ପ୍ରଯୋଜନା ସଂସ୍ଥା । ବାବୁସାନଙ୍କ ପାରିବାରିକ ବିବାଦର ଭିଡିଓ ଆସିବା ପରେ ସେ ଏକ ଘରିକିଆ ହୋଇଯାଇଛନ୍ତି । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ଟେଲିଫୋନ ସାକ୍ଷାତକାର ଦେଇ ବାବୁସାନଙ୍କ ମ୍ୟାନେଜର କହିଛନ୍ତି ଯେ, ବିବାଦ ଆସିବା ପରେ ତାଙ୍କୁ ଦୂରେଇ ଦେଇଛି ଦମନ ଫିଲ୍ମ ୟୁନିଟ୍ । ଏପରିକି ଚେନ୍ନାଇର ହୋଟେଲରେ ପହଂଚି ବାବୁସାନଙ୍କୁ ଦୁର୍ବ୍ୟବହାର କରିଥିଲେ ଫିଲ୍ମ ୟୁନିଟ୍ । ଏବଂ ତାଙ୍କୁ ମାଡ୍ରାସ ଉକ୍ରଳ ସଂଘର କାର୍ଯ୍ୟକ୍ରମରୁ ଦୂରେଇ ରହିବା ପାଇଁ ତାଗିଦ କରିଥିଲେ ।

ଚେନ୍ନାଇରେ ପହଂଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିବା କଥା ସୋସିଆଲ ମିଡିଆରେ କହିଥିଲେ ବାବୁସାନ । ଏପରିକି ଆୟୋଜକଙ୍କ ସହ କେତେକ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ହେଲେ ଓଡିଶାରେ ଘଟିଥିବା ଘଟଣାର ପ୍ରତିକ୍ରିୟା ଚେନ୍ନାଇରେ ଦେଖିବାକୁ ମିଳିଲା । ଚେନ୍ନାଇର ଇମେଜ ଅଡିଟୋରିୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାବୁସାନଙ୍କୁ ସ୍ୱତନ୍ତ୍ର ଅତିଥୀ ଭାବେ ନିମନ୍ତ୍ରଣ ପତ୍ରରେ ଛପା ଯାଇଥିଲା । ମାଡ ଭିଡିଓ… ହେଲେ ବାବୁସାନ ଓ ପ୍ରକୃତିଙ୍କୁ ଏକାଠି ଚେନ୍ନାଇ ଯାଉଥିବା ଦେଖି ପତ୍ନୀ ତୃପ୍ତିଙ୍କ ଜୋରଦାର ଝଗଡାର ଯେଉଁ ଭିଡିଓ ସାମ୍ନାକୁ ଆସିଲା, ତାପରେ ବାବୁସାନଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ଚିନ୍ତାରେ ପଡିଯାଇଥିଲେ ଆୟୋଜକ ।

ବିବାଦ ପରେ ଚେନ୍ନାଇ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ପ୍ରଯୋଜାକ ମନା କରିଥିବା ଭିଡିଓ କରି କହିଥିଲେ । ଦମନ ଫିଲ୍ମର ପୁରା ଟିମ୍ ଭୁବନେଶ୍ୱର ଫେରିବା ପରେ ଏହିକଥା ଆମେ ପ୍ରଯୋଜକ ଦ୍ୱୀପେନ୍ଦ୍ର ସାମଲଙ୍କଠାରୁ ଜାଣିବାକୁ ଚାହିଁଥିଲୁ । ତାଙ୍କ କହିବା ହେଲା ଚେନ୍ନାଇ ଯିବା ପୂର୍ବରୁ ଘଟିଥିବା ଘଟଣା ବାବୁସାନଙ୍କୁ ମାନସିକ ଭାବେ ବିଚଳିତ କରିଦେଇଥିଲା । ତେଣୁ ସେ କାର୍ଯ୍ୟକ୍ରମରେ ଯାଇ କିଛି କହିବା ଅବସ୍ଥାରେ ନଥିଲେ ।

ପାରିବାରିକ ବିବାଦରେ ଛନ୍ଦି ହୋଇ ଓଲିଉଡ ସୁପରଷ୍ଟାର ଏବେ ଓଡିଶାରୁ ଆରମ୍ଭ କରି ଚେନ୍ନାଇ ଯାଏଁ ଅପଦସ୍ତ ହୋଇଛନ୍ତି । ସବୁଠାରୁ ବଡକଥା ହେଉଛି ଯେଉଁ କାର୍ଯ୍ୟକ୍ରମ ପାଇଁ ସେ ଚେନ୍ନାଇ ଯାଇଥିଲେ, ସେହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନାହାନ୍ତି ।