ଦେଶରେ ଆରମ୍ଭ ହେଲା 5G ସ୍ପେକ୍ଟ୍ରମ ନିଲାମ୍ । ଚର୍ଚ୍ଚାରେ ଅମ୍ବାନୀ ବନାମ ଅଦାନୀ ଲଢେଇ ।

290

କନକ ବ୍ୟୁରୋ: ଆରମ୍ଭ ହୋଇଛି ୫ଜି ସ୍ପେକ୍ଟ୍ରମର ନିଲାମି । ଆଉ ଏହି ନିଲାମି ପ୍ରକ୍ରିୟାରେ ମୁହାଁମୁହିଁ ହୋଇଛନ୍ତି ଦେଶର ଦୁଇ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦନୀ । ଅମ୍ବାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଟେଲିକମ ଶିଳ୍ପରେ ନିଜର ପତିଆରା ରଖିଛି । ସେପଟେ ପ୍ରଥମ ଥର ପାଇଁ ୫ଜି ଜରିଆରେ ଟେଲିକମ ଶିଳ୍ପରେ ଏଂଟ୍ରି ମାରିବାକୁ ଯାଉଛନ୍ତି ଅଦାନୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଦୁଇ ଶିଳ୍ପପତି ଗୁଜରାଟର । ଏବଂ କେନ୍ଦ୍ରର ଶାସକ ଦଳ ବିଜେପି ସହିତ ଏହି ଦୁଇ କମ୍ପାନୀର ରହିଛି ଭଲ ସଂପର୍କ ।

ଆରମ୍ଭ ହେବାକୁ ଯାଉଛି ୫ଜି ଯୁଗ । ଆଉ ତା ପୂର୍ବରୁ ଆରମ୍ଭ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମି । ଦ୍ରୁତତମ ଇଂଟରନେଟ୍କୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଭାରତର ବଡ ବଡ ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆଉ ଏହି ରେସ୍ରେ ସାମିଲ ହୋଇଛନ୍ତି ଭାରତର ଦୁଇ ଶିଳ୍ପପତି ଅଦାନି ଓ ଅମ୍ବାନି । କିଏ ପାଇବ ବୃହତ ଓ ହାଇସ୍ପିଡ୍ ସ୍ପେକ୍ଟ୍ରମ ତାକୁ ନେଇ ଚାଲିଛି ଅଙ୍କକଷା ।ନିଲାମ ପାଇଁ ରିଲାଏନ୍ସ ଜିଓ ୧୪ହଜାର କୋଟି ଟଙ୍କା ଜମା କରିଥିବା ବେଳେ ନୂଆ କରି ଟେଲିକମ ଶିଳ୍ପକୁ ଆସିବାକୁ ଯାଉଥିବା ଆଦାନୀ ଗ୍ରୁପର ଟେଲିକମ କମ୍ପାନୀ ଆଦାନୀ ଡାଟା ନେଟୱର୍କ ୧୦୦ କୋଟି ଟଙ୍କା ଜମା କରିଛି । ୫ଜି ସ୍ପେକ୍ଟ୍ରମ୍ ନିଲାମରେ ସାମ୍ନାସାମ୍ନି ହୋଇଛନ୍ତି ଦେଶର ଦୁଇ ଧନୀ ବ୍ୟକ୍ତି । ଟେଲିକମ୍ ଇଣ୍ଡଷ୍ଟ୍ରିରେ ଦବଦବା ଜାହିର କରିିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ । ସେପଟେ ନୂଆକରି ଏଥିରେ ଏଂଟ୍ରି ମାରିଛନ୍ତି ଗୌତମ ଅଦାନି ।

୨୦୧୬ରେ ଜିଓ ଟେଲିକମ ଶିଳ୍ପରେ ପାଦ ଦେଇ ଦେଶର ଏକ ନମ୍ବର ଟେଲିକମ କମ୍ପାନୀ ହୋଇଛି । ଅନ୍ୟପଟେ ବିଶ୍ୱର ଧନୀ ତାଲିକାରେ ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନ ନେଇଛନ୍ତି ଗୌତମ ଅଦାନୀ ଏବଂ ସେ ୫ଜି ସେବାକୁ ଏୟାରପୋର୍ଟ, ପାୱାର ସେକ୍ଟର ଓ ଡାଟା ସେଂଟରରେ ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ ଜିଓ ଓ ଅଦାନୀ ଡାଟା ନେଟୱର୍କ ମଧ୍ୟରେ ପ୍ରତିଯୋଗିତା ହେବା ସୁନିଶ୍ଚିତ । ପ୍ରଥମ ଥର ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଏଂଟ୍ରି ମାରି ସମସ୍ତଙ୍କୁ ଚକିତ କରିଛନ୍ତି ଗୌତମ ଅଦାନୀ । କିନ୍ତୁ ରେସ୍ରେ ଲୋକଙ୍କଟ ମନି ଜିତିଥିବା ଏୟାଟ୍ଟଲ, ଭୋଡାଫୋନ, ଆଇଡିଆ ମଧ୍ୟ ଏହି ସ୍ପେକ୍ଟ୍ରମ ଦୌଡରେ ଅଛନ୍ତି ।

ସେପଟେ ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଂଡିଆ ଦେଶର ୪ଟି ସ୍ଥାନରେ ପାଇଲଟ୍ ଟେଷ୍ଟିଂ ଆରମ୍ଭ କରିସାରିଛି । ତେବେ ଅମ୍ବାନି ବନାମ ଅଦାନି ମଧ୍ୟରେ ସାଧାରଣରେ କିଛି ପ୍ରଶ୍ନ ଉଠୁଛି ।
– ୫ଜିକୁ ନିଜ ଆଡକୁ ଆଣି ଜିଓକୁ ଟକ୍କର ଦେବ କି ଅଦାନୀ ଟେଲିକମ୍ ?
– ନୂଆ କରି ଆରମ୍ଭ କରୁଥିବାରୁ ଜନତାଙ୍କୁ ଭଲ ଅଫର ଦେବେକି ଅଦାନୀ?
– ଏହି ଟକ୍କର ମଧ୍ୟରେ ଜିଓ ନିଜର ଡାଟା ରେଟ୍ କମାଇବ କି ?
– ଜିଓ ଉପରେ ଗ୍ରାହକଙ୍କ ବିଶ୍ୱାସ ଅଦାନୀ ଟେଲିକମ୍ ଉପରେ ଭାରି ପଡିବ କି ?