ବାବୁସାନ ଓ ତୃପ୍ତିଙ୍କର କେମିତି ହୋଇଥିଲା ବାହାଘର। ପଢନ୍ତୁ ଉଭୟଙ୍କ ପ୍ରେମ କେଉଁଠାରୁ ହୋଇଥିଲା ଆରମ୍ଭ…

474

କନକ ବ୍ୟୁରୋ: ୦୪ ଏପ୍ରିଲ ୨୦୧୪ । ବାବୁସାନଙ୍କୁ ଯେତେବେଳେ ମାତ୍ର ୨୩ ବର୍ଷ ସେତେବେଳେ ସେ ତୃପ୍ତିଙ୍କୁ କୋର୍ଟରେ ବିବାହ କରିଥିଲେ । ବିବାହରେ ଅଳ୍ପ କିଛି ସମ୍ପର୍କୀୟ ଓ ଅତିଥି ଉପସ୍ଥିତ ଥିଲେ । କୋର୍ଟ ମ୍ୟାରେଜର ପ୍ରାୟ ଛଅ ମାସ ପରେ ଭୁବନେଶ୍ୱରରେ ଗ୍ରାଣ୍ଡରିସେପସନ ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ଓଲିଉଡର ବଡ଼ ବଡ଼ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଯୋଗଦେଇଥିଲେ । ସେହି ସମୟରେ ବାବୁସାନ ଓ ତୃପ୍ତିଙ୍କ ବିବାହ ଖବର ବେଶ୍ ଚର୍ଚ୍ଚାରେ ରହିଥିଲା ।

ବାବୁସାନଙ୍କ ପିଲାଦିନର ସାଥୀ ତୃପ୍ତି । ସ୍କୁଲ ସମୟରୁ ଦୁହେଁ ଭଲ ବନ୍ଧୁ ଥିଲେ । ପରବର୍ତ୍ତି ସମୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଓ ଦୁହିଁଙ୍କ ମଧ୍ୟରେ ନିବିଡତା ବଢ଼ିଥିଲା । ଆଉ ବିବାହ କରିବାକୁ ନିଷ୍ପତି ନେଇଥିଲେ । ଯାହା ଜାଣିବା ପରେ ପରିବାର ଲୋକ ଉଭୟଙ୍କ ବିବାହ କରାଇଥିଲେ । ବିବାହ ପରେ ଦୀର୍ଘଦିନ ପର୍ଯ୍ୟନ୍ତ ବାବୁସାନ୍ ଓ ତୃପ୍ତିଙ୍କ ମଧ୍ୟରେ ସମ୍ପର୍କ ବେଶ ନିବିଡ ଥିଲା । ବିବାହର ୭ ବର୍ଷ ପରେ ଅର୍ଥାତ୍ ୨୦୨୧ରେ ବାବୁସାନ୍ ଓ ତୃପ୍ତିଙ୍କର ପୁତ୍ର ସନ୍ତାନ ହୋଇଥିଲା । ଏନେଇ ନିଜେ ବାବୁସାନ ତାଙ୍କ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ପ୍ରକାଶ କରିଥିଲେ ।

ପତ୍ନୀ ତୃପ୍ତିଙ୍କ ସହ ବେଶ ହସଖୁସିରେ ବାବୁସାନଙ୍କ ସଂସାର ଚାଲିଥିବାବେଳେ ଅଚାନକ ୨୦୨୧ରେ ସେ ପରିବାରଠାରୁ ଦୂରେଇବା ଆରମ୍ଭ କରିଥିଲେ । ଘରକୁ ଆସୁନଥିଲେ । ଆସିଲେ ବହୁତ କମ୍ ସମୟ ରହି ପୁଣି ଚାଲିଯାଉଥିଲେ । ବାବୁସାନଙ୍କ ଏହି ପରିବର୍ତ୍ତନ ଦେଖି ତାଙ୍କ ପତ୍ନୀ ଓ ପରିବାର ଚିନ୍ତାରେ ପଡିଥିଲେ । ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବାବୁସାନ ପରିବାର ପାଖକୁ ଫେରିବା ପରିବର୍ତ୍ତେ ଆହୁରି ଦୂରେଇ ଯାଇଥିଲେ । ଯାହାର ପରିଣତି ଶନିବାର ସକାଳୁ ରାସ୍ତା ଉପରେ ଦେଖିବାକୁ ମିଳିଥିଲା । ଆଉ ବିବାଦ ପରେ ପୁଅକୁ ଫେରି ଆସିବାକୁ ଭାବବିହ୍ୱଳ ନିବେଦନ କରିଥିଲେ ମାଆ ଅପରାଜିତା ।

ଅନ୍ୟପଟେ ବିବାଦରେ ଥିବା ପ୍ରକୃତି ମିଶ୍ର ଘରକୁ ଫେରିବା ପରେ ତାଙ୍କ ଝିଅ ଭଲରେ ଅଛି ଓ ବାବୁସାନ ତାଙ୍କ ପରିବାର ପାଖକୁ ଫେରିଯାଆନ୍ତୁ ବୋଲି କହିଛନ୍ତି ବାପା ମନ୍ନଥ ମିଶ୍ର । ବାବୁସାନଙ୍କ ଫେରିବା ବାଟକୁ ତାଙ୍କ ପରିବାର ଅପେକ୍ଷା କରିଛନ୍ତି । ହେଲେ, ସେ ଫେରିନଥିବାରୁ ତାଙ୍କ ଆଗାମି ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।