କେନାଲକୁ ଖସିଲା ଯାତ୍ରୀବାହୀ ବସ୍ : ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ

688

କନକ ବ୍ୟୁରୋ : ଭାରସାମ୍ୟ ହରାଇ ରାସ୍ତାପାଖରୁ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ବର୍ତ୍ତି କରାଯାଇଛି ।  ବସ୍‌ରେ ୩୫ ରୁ ୪୦ ଜଣ ଲୋକ ଥିଲେ । ସେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାକିନାଡା ଯାଉଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ବସ୍‌କୁ ଏହି ଯାତ୍ରା ପାଇଁ ନିୟୋଜିତ କରାଯାଇଥିଲା । ଗାଡି ଚଲାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା , ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା ​​।