ସ୍କୁଲରେ ପ୍ରାର୍ଥନା ସମୟରେ ଛାତ୍ରଙ୍କୁ ହୃଦଘାତ । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ

7,280

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଛତରପୁର ମହର୍ଷି ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ହୃଦଘାତ । ପ୍ରାର୍ଥନା ସଭା ଚାଲିଥିବାବେଳେ ଛାତ୍ର ସାର୍ଥକ ଟିକରିୟା ହଠାତ୍ ଅଚେତ ହୋଇପଡିଯାଇଥିଲେ । ତାଙ୍କୁ ତୁରନ୍ତ ସିପିଆର ଦିଆଯାଇଥିଲେ ବି କିଛି ଲାଭ ନହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସାର୍ଥକଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ସାର୍ଥକ ସେଠିକାର ଜଣାଶୁଣା ବ୍ୟବସାୟୀ ଆଲୋକ ଟିକରିୟାଙ୍କ ପୁଅ ଥିଲେ । ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା । ସବୁଦିନ ଭଳି ସୋମବାର ମଧ୍ୟ ସାର୍ଥକ ସ୍କୁଲ ଯାଇଥିଲେ । ହେଲେ ପାଖାପାଖି ୮ଟା ସମୟରେ ପ୍ରାର୍ଥନା କରିବା ସମୟରେ ତାଙ୍କୁ ହୃଦଘାତ ହୋଇଥିଲା ।