ପ୍ରାର୍ଥୀ ଘୋଷଣା ପରେ ପୂଜାର୍ଚ୍ଚନା କଲେ ନେତା । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଗଲେ ଧର୍ମେନ୍ଦ୍ର । ମା’ ତାରିଣୀଙ୍କ ଶରଣରେ ଅନନ୍ତ ନାୟକ ।

114

କନକ ବ୍ୟୁରୋ: ଓଡିଶା ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବିଭିନ୍ନ ଦେବାୟଳକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ନେତା । ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ପ୍ରଥମେ ଶ୍ରୀମନ୍ଦିର ଓ ପରେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ସେହିପରି ବରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ । ପ୍ରାର୍ଥୀ ଘୋଷଣା ପରେ ଦୁର୍ଗା ମା’ଙ୍କ ଆର୍ଶୀବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି । ଜଗତସିଂହପୁର ଲୋକସଭା ଆସନ ପାଇଁ ବିଭୁ ପ୍ରସାଦ ତରାଇଙ୍କ ନାଁ ଘୋଷଣା ହେବା ପରେ ସେ ମଧ୍ୟ ଠାକୁରଙ୍କ ଅଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ।

କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ଅନନ୍ତ ନାୟକ । ପ୍ରାର୍ଥୀ ଭାବେ ଚୟନ ସହ ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।