ଝାଡଖଣ୍ଡରେ ଆକ୍ସନ୍ ମୋଡରେ ଏସଏସଟି । ରାମଗଡ ଅଞ୍ଚଳରୁ ୪୫ ଲକ୍ଷ ୯୦ ହଜାର ଟଙ୍କା ଜବତ ।

150

କନକ ବ୍ୟୁରୋ: ଝାଡଖଣ୍ଡରେ ଆକ୍ସନ୍ ମୋଡରେ ଏସଏସଟି ବା ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ । ରାମଗଡ ଅଞ୍ଚଳରୁ ଏକ କାର ଭିତରୁ ୪୫ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଛି । ଜବତ ଟଙ୍କା ସେଲସ ଟ୍ୟାକ୍ସ ଟିମକୁ ହସ୍ତାନ୍ତର କରିଛି ଏସଏସଟି । ଏତେ ପରିମାଣର ଟଙ୍କା ଜବତ ହୋଇଥିବା ନେଇ ସେଲସ ଟ୍ୟାକ୍ସ ଆୟକର ବିଭାଗକୁ ଅବଗତ କରାଇଛି । ଏବେ ଟଙ୍କା ଜବତ ଘଟଣାର ତଦନ୍ତ ଆୟକର ବିଭାଗ କରିବ । ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ଟଙ୍କା ଜବତ କରାଯାଉଛି । ଗତ ୬ ତାରିଖରେ ଝାଡଖଣ୍ଡ ରାଞ୍ଚିରେ ଇଡି ରେଡ୍ ବେଳେ ଜବତ ହୋଇଥିଲା ପୁଳା ପୁଳା ଟଙ୍କା । ଜଣେ ଆଇଏଏସ୍ ଅଫିସରଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରୁ ୨୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା ।