ଏୟାର ଇଣ୍ଡିଆ ଏକ୍ସପ୍ରେସର ବଡ କାର୍ଯ୍ୟାନୁଷ୍ଠାନ । ସମୂହ ଛୁଟିରେ ଥିବା କର୍ମଚାରୀଙ୍କୁ ବରଖାସ୍ତ

697

କନକ ବ୍ୟୁରୋ: ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା । ସମସ୍ତଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ନିଯୁକ୍ତି ସର୍ତ୍ତର ଉଲ୍ଲଂଘନ ଏବଂ ଦୈନଦିନ କାର୍ଯ୍ୟଶୈଳୀରେ ବାଧା ଉପୁଯାଇବାକୁ ନେଇ ଛୁଟିରେ ଥିବା କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ହଠାତ୍ ଏୟାର ଇଣ୍ଡିଆର ୧୦୦ରୁ ଅଧିକ କ୍ର୍ୟୁ ମେମ୍ବର ଛୁଟିରେ ଯିବା ଫଳରେ ଅନେକ ସମସ୍ୟା ଉପୁଜିଥିଲା । ୯୦ଟି ବିମାନକୁ ବାତିଲ କରିବାକୁ ପଡିଥିଲା । ଫଳରେ ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଏୟାରଇଣ୍ଡିଆର ସିନିୟର କ୍ର୍ୟୁ ମେମ୍ବର ନିଜର ଦାବିକୁ ନେଇ ଏକପ୍ରକାର ହରତାଳ ଆରମ୍ଭ କରିଥିଲେ । ଏନେଇ ଅସୁସ୍ଥତା ଦେଖାଇ ସମୂହ ଛୁଟିରେ ଯାଇଥିଲେ କର୍ମଚାରୀ । ଫଳରେ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ବରଖାସ୍ତ କରିଛି ।