କନକ ବ୍ୟୁରୋ: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଖେଳ ପଡ଼ିଆରେ କାରରୁ ମିଳିଲା ତିନି ଜଣଙ୍କ ମୃତଦେହ । ମୃତକ ତିନି ଜଣ ବାପା, ମାଆ ଓ ଝିଅ । ଝାରସୁଗୁଡ଼ା ଲଖନପୁର ଥାନା ବଣିପାହାଡ ନିକଟ ପଡ଼ିଆରୁ ଏକ କାରରୁ ତିନି ଜଣଙ୍କ ଗୁଳିବଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଓରିଏଣ୍ଟ୍ ଥାନା ଅନ୍ତର୍ଗତ କାଳିନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଗତକାଲି ଠାରୁ ସୁଜିତ ନିଜ ପତ୍ନୀ ଓ ଝିଅକୁ ନେଇ ଘରୁ ବାହାରି ଆସିଥିଲେ । ଦୀର୍ଘ ସମୟ ଧରି ଏମାନଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ନିଖୋଜ ହେବାର ଏତଲା ଦେଇଥିଲେ । ପରେ ପୋଲିସ ସୁଜିତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଲଖନପୁର ଖେଳପଡିଆରେ ପହଞ୍ଚିଥିଲା । ସେଠାରେ କାର ଭିତରେ ତିନି ଜଣଙ୍କ ମୃତଦେହ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ୩ ଜଣ ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।
ବାପା, ମାଆ ଓ ଝିଅକୁ ଗୁଳି ମାରିଲା କିଏ? ଖେଳପଡିଆରେ କାର ଭିତରୁ ମିଳିଲା ବାପା, ମାଆ ଓ ଝିଅଙ୍କ ଗୁଳିବଦ୍ଧ ମୃତଦେହ ।
/kanak/media/post_attachments/wp-content/uploads/2024/05/Screen-Shot-2024-05-09-at-11.09.01-AM.png)