‘ଦ କପିଲ୍ ଶର୍ମା ଶୋ’ରୁ ଗାଏବ୍ ହେଲେ ଚନ୍ଦୁ ଚାଏୱାଲା । ଶୋ’ରେ ଆସିବେନି ନଜର 

ଶୋ’ରୁ ଗାଏବ୍ ଚନ୍ଦୁ ଚାଏୱାଲା .. 

150

କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ପପୁଲାର୍ ଶୋ ‘ଦ କପିଲ୍ ଶର୍ମା ଶୋ’ ୧୦ ସେପ୍ଟେମ୍ବରରେ ଆରମ୍ଭ ହୋଇଯାଇଛି । ଶୋ’କୁ ନେଇ ଫ୍ୟାନ୍ସଙ୍କ ଭିତରେ ଏକ୍ସାଇଟମେଣ୍ଟ୍ ବଢିଯାଇଛି । ଆଉ ଏବେ ଶୋ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ ଶୋ’ର ଅନ୍ୟ କଳାକାର କୃଷ୍ଣା ଅଭିଷେକ୍ ଏବଂ ଭାରତୀ ସିଂହ ଶୋ’ରେ ନଜର ନ ଆସିବା ଭଳି ଖବର ସାମ୍ନାକୁ ଆସିଥିଲା । ଆଉ ବର୍ତ୍ତମାନ ଶୋ’ର ଆଉ ଗୋଟିଏ ୱିକେଟ୍ ଗଡ଼ିବା ଭଳି ଖବର ଆସୁଛି । କପିଲଙ୍କ ସହ କଳାକାର ତଥା ତାଙ୍କ ପିଲା ଦିନର ସାଙ୍ଗ ଚନ୍ଦନ ପ୍ରଭାକର ବା ଚନ୍ଦୁ ଚାୟବାଲା ଏବେ ଶୋ’ରେ ନଜର ଆସିବେ ନାହିଁ ।

କପିଲ୍ ଶର୍ମା ଶୋ’ର ପ୍ରତିଟି ଚରିତ୍ର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ପ୍ରତିଟି ଚରିତ୍ର ନିଜ କମେଡିଆନ୍ ଅନ୍ଦାଜ ଏବଂ ସେନ୍ସ୍ ଅଫ୍ ହ୍ୟୁମର୍ ପାଇଁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି । ଚନ୍ଦନଙ୍କ କଥା ଯଦି କହିବା ନିଜର କ୍ୟୁଟ୍ ଅନ୍ଦାଜରେ ସେ ଫ୍ୟାନ୍ସଙ୍କ ଭରପୂର ମନୋରଞ୍ଜନ କରନ୍ତି । ତାଙ୍କ କମେଡ଼ିର ଟାଇମିଙ୍ଗ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ , ଆଉ ଏବେ ଶୋ’ଛାଡ଼ିବାକୁ ନେଇ ଖବର ଆସିବା ପରେ ଫ୍ୟାନ୍ସଙ୍କ ମନରେ ନିରାଶା ଖେଳିଯାଇଛି । ତେବେ ଏହି କଥା ନିଜେ ଚନ୍ଦନ ପ୍ରଭାକର ସ୍ୱୀକାର କରିଛନ୍ତି । ଏଭଳି ସ୍ଥିତିରେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠୁଛି କ’ଣ ସୁନୀଲ୍ ଗ୍ରୋବରଙ୍କ ପରି ଚନ୍ଦନଙ୍କ ସହ ବି କପିଲଙ୍କ ଝଗଡ଼ା ହୋଇଛି? କାହିଁକି ଅଚାନକ ଶୋ’କୁ ଛାଡ଼ିଲେ ଚନ୍ଦୁ ଚାଇୱାଲା?

ମିଡ଼ିଆ ରିପୋର୍ଟସ୍ ଅନୁସାରେ , ଚନ୍ଦନ କହିଛନ୍ତି ଯେ ସେ ଦ କପିଲ୍ ଶର୍ମା ଶୋରେ ନଜର ଆସିବେ ନାହିଁ ଏବଂ ଏହା ପଛର କାରଣ ହେଉଛି ଯେ ସେ କିଛି ସମୟ ପାଇଁ ନିଜ କାମରୁ ବ୍ରେକ୍ ନେବାକୁ ଚାହୁଁଛନ୍ତି । ଚନ୍ଦୁ ଚାଇୱାଲା ରୁଟିନକୁ ବାରମ୍ବାର ଚିତ୍ରଣ କରି ସେ ବୋର୍ ହୋଇଗଲେଣି ଏବଂ କିଛି ନୂଆ କରିବା ପାଇଁ ଇଚ୍ଛା କରିଛନ୍ତି । ଯେଉଁଥିପାଇଁ ସେ ବ୍ରେକ୍ ନେଇଛନ୍ତି । ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଚନ୍ଦନ କପିଲଙ୍କ ନୂଆ ସିଜିନର ପ୍ରୋମୋରେ ନଜର ଆସିଥିଲେ କିନ୍ତୁ ତାଙ୍କ ଅଷ୍ଟ୍ରେଲିୟା ଟୁରରେ ଉପସ୍ଥିତ ନଥିଲେ । ଟୁର୍ ରେ ଅନ୍ୟ କଳାକାର କିକୁ ସାରଦା, କୃଷ୍ଣା ଅଭିଶେକ ସାମିଲ୍ ଥିବା ବେଳେ ଚନ୍ଦୁ ନଜର ଆସିନଥିଲେ । ତେବେ ସିଜନର ପ୍ରମୋରେ ପତ୍ନୀ ଓ ପିଲାଙ୍କ ସହ ଦେଖାଯିବା ପରେ ଅଚାନକ ଶୋ’ରୁ ବ୍ରେକ୍ ନେବା ଦ୍ୱାରା ପ୍ରଶଂସକଙ୍କ ମନରେ ଧକ୍କା ଲାଗିଛି । ଏହି ସିଜନରେ ଗେଷ୍ଟ ଅଫ୍ ଅନର୍ ଚେୟାରରେ ଚିରାଚରିତ ଅର୍ଚ୍ଚନା ପୁରନ୍ ସିଂ ହିଁ ନଜର ଆସିବେ । ସହ କଳାକାରଙ୍କ ତାଲିକାରେ ସିଦ୍ଧାର୍ଥ ସାଗର , ସୁମୋନା , କିକୁ ସାରଦା , ସୃଷ୍ଟି ରୋଡେ ସମେତ ଅନ୍ୟ କଳାକାର ମଧ୍ୟ ନିଜ କମେଡ଼ି ଅନ୍ଦାଜରେ ଦର୍ଶକଙ୍କୁ ଲୋଟପୋଟ୍ କରିବେ ।